17.1 C
Bhubaneswar
Tuesday, December 9, 2025
Homeଓଡିଶାକାଳବୈଶାଖୀ ବର୍ଷାରେ ଭିଜିଲା ଟ୍ୱିନ ସିଟି

କାଳବୈଶାଖୀ ବର୍ଷାରେ ଭିଜିଲା ଟ୍ୱିନ ସିଟି

ଭୁବନେଶ୍ୱର: ବଦଳିଲା ପାଗ । ଟ୍ୱିନ ସିଟିରେ ତାଣ୍ଡବ ରଚିଲା କାଳବୈଶାଖୀ । ଭୁବନେଶ୍ୱର ଓ କଟକରେ ହାଲୁକା ପବନ ସହ ଘଡଘଡି ଏବଂ କୁଆପଥର ବର୍ଷା ହେଉଛି । ସକାଳୁ ଖରା ପରେ ଅପରାହ୍ଣରେ ନିର୍ଧୁମ ଛେଚିଥିଲା । ଭୁବେନେଶ୍ୱର କଟକ ସହିତ କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି । ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ସ୍ୱାଭାବିକ ରହିବ । ଏନେଇ ଆଇଏମଡି ପୂର୍ୱାନୁମାନ କରିଛି । ଜୁନରୁ ରାଜ୍ୟରେ ସ୍ୱାଭାବିକଠୁ ଅଧିକ ବର୍ଷା ହୋଇଥିବା ନେଇ ଆକଳନ କରାଯାଇଛି । ଜୁଲାଇ- ଅଗଷ୍ଟରେ ଉପକୂଳ ଓ ଉତ୍ତର ଓଡିଶାରେ କମ ବର୍ଷା ହେବ । ସେପ୍ଟେମ୍ବରରେ ଦକ୍ଷିଣ ଓଡିଶାରେ ଭଲ ବର୍ଷା ହେବ । ସ୍ୱାଭାବିକ ବର୍ଷା ୮୭ ସେମି ତୁଳନାରେ ୧୦୫ ପ୍ରତିଶତରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । କାଳବୈଶାଖୀ ବର୍ଷାକୁ ଦୃଷ୍ଟିରେ ରଖି ୧୨ ଜିଲ୍ଲାକୁ ସତର୍କତା କରାଯାଇଛି । ଜଗତସିଂହପୁର , ଖୋଦ୍ଦା, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ , ବୌଦ୍ଧ, ନୂଆପଡା, ନବରଙ୍ଗପୁର , କଳାହାଣ୍ଟି , କନ୍ଧମାଳ , ଅନୁଗୁଳ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ସତର୍କତା କରାଯାଇଛି । ବିଜୁଳି ଘଡଘଡି ସହ ବର୍ଷା ୪୦ରୁ ୫୦ କିମି ଯାଏ ପବନ ବୋହିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking