24.1 C
Bhubaneswar
Friday, February 6, 2026
Homeଓଡିଶାହକି ଚମ୍ପିଆନସିପ୍ : ଉତ୍ତରପ୍ରଦେଶ ପୋଲିସ ଦଳକୁ ୧-୦ ଗୋଲରେ ହରାଇ ସିଆର୍‌ପିଏଫ୍‌( ମହିଳା )...

ହକି ଚମ୍ପିଆନସିପ୍ : ଉତ୍ତରପ୍ରଦେଶ ପୋଲିସ ଦଳକୁ ୧-୦ ଗୋଲରେ ହରାଇ ସିଆର୍‌ପିଏଫ୍‌( ମହିଳା ) ଫାଇନାଲରେ

ଓଡ଼ିଶା ପୋଲିସ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ ହକି କଂପ୍ଲେକ୍ସରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍ – ୨୦୨୫ ସୋମବାର ଖେଳାଯାଇଥିବା ପ୍ରଥମ ସେମି ଫାଇନାଲ ମ୍ୟାଚ ଉତ୍ତର ପ୍ରଦେଶ ଓ ସିଆରପିଏଫ( ମହିଳା ) ପୋଲିସ ମଧ୍ୟରେ ହୋଇଥିଲା। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ସିଆରପିଏଫ, ଉତ୍ତର ପ୍ରଦେଶ ମହିଳା ପୋଲିସ ଦଳକୁ ୧-୦ ଗୋଲ ବ୍ୟବଧାନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ସେହିପରି ଦ୍ଵିତୀୟ ସେମି ଫାଇନାଲ ମ୍ୟାଚ ଘରୋଇ ଓଡିଶା ଓ ଏସଏସବି ( ମହିଳା ) ପୋଲିସ ଦଳ ମଧ୍ୟରେ ଖେଳା ଯାଇଥିଲା। ଏହି ପ୍ରତିଦ୍ବନ୍ଦୀତାମୂଳକ ମ୍ୟାଚରେ ଏସଏସବି, ଓଡିଶା ପୋଲିସ ଦଳକୁ ୨-୧ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଆସନ୍ତା କାଲି ଅପରାହ୍ନ 4 ଟା ସମୟରେ ସିଆରପିଏଫ ଏବଂ ଏସଏସବି ( ମହିଳା ) ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ସେହିପରି ପଞ୍ଜାବ ଓ ଆଇଟିବିପି ( ପୁରୁଷ) ମଧ୍ୟରେ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ପଞ୍ଜାବ, ଆଇଟିଵିପି ଦଳ କୁ ୭-୨ ଗୋଲ ବ୍ୟବଧାନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।

ଅନ୍ୟ ଏକ ସେମି ଫାଇନାଲ ମ୍ୟାଚ ବିଏସଏଫ ଏବଂ ସିଆରପିଏଫ ( ପୁରୁଷ) ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ସିଆରପିଏଫ ଟିମ ବିଏସଏଫ ଦଳ କୁ 3-1 ଗୋଲ ବ୍ୟବଧାନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଆସନ୍ତା କାଲି ସନ୍ଧ୍ୟା 6 ଟା ସମୟରେ ପଞ୍ଜାବ ଏବଂ ସିଆରପିଏଫ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଆଜିର ବିଭିନ୍ନ ମ୍ୟାଚ ସମୟରେ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବହାଦୁର ଖୁରାନିଆ,ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ପରିଚାଳନା ନିର୍ଦ୍ଦେଶକ, IDCO ଶ୍ରୀ ଭୂପିନ୍ଦର ସିଂ ପୁନିଆ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପସଭାପତି ଶ୍ରୀ ଦୟାଲ ଗଙ୍ଗୱାର, ଯୁଗ୍ମ ନିର୍ଦ୍ଦେଶକ, ଆଇବି,ରାଜେଶ ସୁବର୍ଣ୍ଣ ଆଇଜିପି (ମହିଳା ଓ ଶିଶୁ ଅପରାଧ ଶାଖା) ଶ୍ରୀମତୀ ଏସ. ସାଇନି, ଆଇଜିପି( ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଶ୍ରୀ ଅନୁପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking