27.1 C
Bhubaneswar
Friday, December 19, 2025
Homeଓଡିଶାହାଇଜାକ୍ ମୋଡ଼ରେ ବିଜେଡି, ଗନ୍ଧ ବାରିଲେ ରଣେନ୍ଦ୍ର

ହାଇଜାକ୍ ମୋଡ଼ରେ ବିଜେଡି, ଗନ୍ଧ ବାରିଲେ ରଣେନ୍ଦ୍ର

ଭୁବନେଶ୍ୱର: ବିଜେଡିର ପିଛା ଛାଡ଼ୁନି ବିବାଦ। ସାଙ୍ଗଠନିକ ନିର୍ବାଚନ ଭିତରେ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କିଛି ଲୋକଙ୍କୁ ଦଳର ସଙ୍ଗଠନକୁ ହାଇଜ୍ୟାକ୍ କରିବାକୁ ଦିଆନଯାଉ ବୋଲି ଶ୍ରୀ ସ୍ୱାଇଁ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ସବୁ ବର୍ଗ ଓ ସମ୍ପ୍ରଦାୟଙ୍କୁ ଗୁରୁତ୍ୱ ଦେଇ ସଂଗଠନରେ ସାମିଲ କରାଯାଉଫ ଭାଗ ବାଣ୍ଟି ସଂଗଠନରେ ସାମିଲ କରାଯାଉ ବୋଲି ଶ୍ରୀ ସ୍ୱାଇଁ ପ୍ରସ୍ତାବ ଦେଇଛନ୍ତି। ଏହାଛଡ଼ା ଶ୍ରୀ ସ୍ୱାଇଁ ନରେ ସଂରକ୍ଷଣ କରିବାକୁ ନବୀନଙ୍କୁ ପ୍ରସ୍ତାବ ଦେଛନ୍ତି। ସେ ଲେଖିଛନ୍ତି ଯେ ବିଜେଡି ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା ଓ ଆଞ୍ଚଳିକ ସନ୍ତୁଳନକୁ ନେଇ ଆଗକୁ ବଢ଼ିବା ଉଚିତ। ଏସ୍‌ସି, ଏସ୍‌ଟି, ଓବିସି, ସଂଖ୍ୟାଲଘୁ ଓ ମହିଳାଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ବିଜେଡିର ରାଜ୍ୟ, ଜିଲ୍ଲା ଓ ବ୍ଲକ୍ କମିଟିରେ ସ୍ଥାନ ମିଳୁ। ରାଜ୍ୟ ଜନସଂଖ୍ୟାର ୯୪ ପ୍ରତିଶତ ଏସିସି, ଏସଟି ଓ ଓବିସି ବର୍ଗ ଅଛନ୍ତି।

ଏମାନେ ଅବହେଳିତ ଅବସ୍ଥାରେ ଅଛନ୍ତି। ଜନସଂଖ୍ୟାର ୫୪ ପ୍ରତିଶତ ଓବିସି ବର୍ଗ ଶିକ୍ଷା ବ୍ୟବସ୍ଥାରେ ଶୂନ୍ୟ ସଂରକ୍ଷଣ ପାଉଛନ୍ତି। ଏହା ଆମ ସାମାଜିକ ନ୍ୟାୟ ବ୍ୟବସ୍ଥାକୁ କ୍ଷୁର୍ଣ୍ଣ କରୁଛି। ବିଜୁ ପଟ୍ଟନାୟକ ସାମାଜିକ ନ୍ୟାୟର ପୁରୋଧା ଥିଲେ। ଆମେ ଯେମିତି ଏହାକୁ ଭୁଲି ନଯାନ୍ତି। ଦେଶର ଶିଳ୍ପ ପାଇଁ ୫୦ ପ୍ରତିଶତରୁ ଅଧିକ ଖଣିଜ ଓଡ଼ିଶାରୁ ସଂଗ୍ରହ ହେଉଛି। ଓଡିଶାର ଲୋକେ ପ୍ରଦୂଷଣ, ବିସ୍ଥାପନ ଭୋଗୁଛନ୍ତି। ସେହିପରି କେନ୍ଦ୍ର ଅବହେଳା ରାଜ୍ୟର ସହଚର ହୋଇଛି। ଏସବୁ ଦିଗରେ ପଦକ୍ଷେପ ନେଇ ଯୋଜନା ପ୍ରସ୍ତୁତ କରିବାକୁ ରଣେନ୍ଦ୍ର ନବୀନଙ୍କୁ ପ୍ରସ୍ତାବ ଦେଇଛନ୍ତି। ୱାକଫ୍ ବିଲ୍ ନେଇ ମଧ୍ୟ ଶ୍ରୀ ସ୍ୱାଇଁ ସତର୍କ କରାଇଛନ୍ତି। ସେ ଲେଖିଛନ୍ତି ଯେ ୱାକପ୍ ବିଲ୍ ବିବାଦ ଆମର ଧର୍ମ ନିରପେକ୍ଷତାରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି। ତେଣୁ ଧର୍ମ ନିରପେକ୍ଷ ଓ ସାମାଜିକ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଉଚିତ ପଦକ୍ଷେପ ନିଆଯାଉ। ତେବେ ରାଜା ସ୍ୱାଇଁଙ୍କ ଚିଠି ପରେ ବିଜେଡିରେ ହଲଚଲ୍ ବଢିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking