18.1 C
Bhubaneswar
Sunday, February 8, 2026
Homeଓଡିଶାଜିଲ୍ଲାସ୍ତରୀୟ ବରପୁତ୍ରମାନଙ୍କ ସ୍ମୃତିଚାରଣ ସଭା, ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ପାଳିତ

ଜିଲ୍ଲାସ୍ତରୀୟ ବରପୁତ୍ରମାନଙ୍କ ସ୍ମୃତିଚାରଣ ସଭା, ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ପାଳିତ

ଯାଜପୁର: ରାଜ୍ଯ ସରକାର ଙ୍କ ପକ୍ଷରୁ ଓଡିଆ ପକ୍ଷ ପାଳନ ଅବସରରେ ଆଜି ଯାଜପୁର ଜିଲ୍ଲା ସଦର ମହକୁମାରେ ବରପୁତ୍ରମାନଙ୍କ ସଂପର୍କରେ ଆଲୋଚନା ଚକ୍ର ଓ ଜିଲ୍ଲା ସ୍ତରୀୟ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲା ସ୍ତରୀୟ କବି ସମ୍ମେଳନ କୁ ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ଵାଇଁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥଲେ। ଏହି ଅବସର ରେ ନିହରିକା ରଥ ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ଙ୍କ ସଂଯୋଜନା ରେ ଜିଲ୍ଲାର ଦଶ ଟି ବ୍ଲକ, ଦୁଇଟି ପୌରାଞ୍ଚଳରୁ ୪୫ ଜଣ କବି ଯୋଗଦେଇ ସ୍ବରଚିତ କବିତା ଆବୃତ୍ତି କରିଥିଲେ। ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କବି ତୁହିନଂଶୁ ରଥ ପଠିତ କବିତା ସମ୍ପର୍କରେ ନିଜର ମତାମତ ରଖିଥିଲେ।

ଦ୍ଵିତୀୟ ଅଧିବେଶନ ଜିଲ୍ଲାର ବରପୁତ୍ର ମାନଙ୍କ ସଂପର୍କରେ ଆଲୋଚନା ଚକ୍ର କୁ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିବା ପରେ କବି ଡକ୍ଟର୍ ରାଜ କିଶୋର ପାଢ଼ୀ, କବି ଡକ୍ଟର ଗୌତମ ଜେନା ଆଲୋଚକ ଭାବେ ଯୋଗ ଦେଇ ଏ ଜାତି ପୂର୍ବସୁରୀ ମାନଙ୍କ ଅବଦାନ ନିକଟରେ କୃତଜ୍ଞ ବୋଲି କହି ଜିଲ୍ଲାର ସାରସ୍ଵତ ସାଧକ, ସ୍ଵାଧୀନତା ସଂଗ୍ରାମୀ, ସମାଜସେବୀ ମାନଙ୍କ ଅବଦାନ ସମ୍ପର୍କ ରେ ଆଲୋଚନା କରିଥଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସଂଯୋଜକ ଥିବା ବିମଳ ପତି କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିବା ବେଳେ ସଂଯୋଜିକା ସଂଯୁକ୍ତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଂସ୍କୃତି ପରିଷଦ ର ଉପଦେଷ୍ଟା ଶ୍ରୀ ସନ୍ତୋଷ ନନ୍ଦ ଅତିଥି ଭାବେ ଉପସ୍ଥିତ ଥିଲେ. ଏହି ଅବସର ରେ ଆଜିର ଜିଲ୍ଲା ସ୍ତରୀୟ କବିତା ପାଠ ଉତ୍ସବ ରେ ଅଂଶ ଗ୍ରହଣ କରିଥିବା କବି ମାନଙ୍କୁ ଉତ୍ତରୀୟ ଓ ସ୍ମୃତି ଫଳକ ଦେଇ ସମ୍ମାନୀତ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking