25.1 C
Bhubaneswar
Saturday, December 20, 2025
Homeଓଡିଶା‘ଯେଉଁଦିନ ହୁଇସିଲ ଫୁଙ୍କା ହେବ ସେହିଦିନ ବିଜେଡି ଗୋଲ୍‌ ହୋଇଯିବ’

‘ଯେଉଁଦିନ ହୁଇସିଲ ଫୁଙ୍କା ହେବ ସେହିଦିନ ବିଜେଡି ଗୋଲ୍‌ ହୋଇଯିବ’

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି(ବିଜେପି)ର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପୁଣି ଥରେ ବିଜୁ ଜନତା ଦଳ(ବିଜେଡି) ଓ ଓଡ଼ିଶାରେ ପୂର୍ବତନ ସରକାରରେ ୫ଟି ଅଧ୍ୟକ୍ଷ ଭୈରବ କାର୍ତ୍ତିକେୟନ୍‌ ପାଣ୍ଡିଆନଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି। ନାମ ନେଇ ଶ୍ରୀ ପାଣ୍ଡିଆନଙ୍କୁ ପରୋକ୍ଷରେ ଟାର୍ଗେଟ୍‌ କରି କଡ଼ା ଭାଷା କହିଛନ୍ତି।ବରିଷ୍ଠ ବିଜେପି ନେତା କହିଛନ୍ତି, ମୁଁ ବିଜେଡି ନେତାଙ୍କୁ ସାହସ ଦେଇଛି। ସେଥିପାଇଁ ସମସ୍ତେ ତାଙ୍କ ନାଁରେ କହୁଛନ୍ତି। ଆହୁରି ଅଧିକ ନେତା କହିଲେ ସେ ଲୋକ ଏକ୍ସପୋଜ ହେବ। ଓଡ଼ିଶାର ଖଣି, ପାଣି ଯିଏ ଲୁଟିଛି ତାକୁ ଛଡ଼ାଯିବା ଉଚିତ ନୁହେଁ। ଭିକେ ପାଣ୍ଡିଆନଙ୍କ ସହ ନବୀନଙ୍କ କେମିଷ୍ଟ୍ରି ମୁଁ ଜାଣିନି। କିନ୍ତୁ ଏତେ ସବୁ ହେଲା ପରେ ବି ନବୀନଙ୍କ ବୁଦ୍ଧି ଉଦୟ ହେଉନାହିଁ। ବହୁତ ଦିନର ସଂଚିତ କ୍ରୋଧ ଆଗାମୀ ଦିନରେ ବିଦ୍ରୋହର ରୂପ ଧାରଣ କରିବ। ଶ୍ରୀ ମିଶ୍ର ପୁଣି ଥରେ ହୁଇସିଲ୍‌ କଥା କହିଛନ୍ତି। ହୁଇସିଲ ଫୁଙ୍କିଲେ ବିଜେଡି ଭାଙ୍ଗିଯିବ ବୋଲି କହିଛନ୍ତି। ଆମେ ମଧ୍ୟ ହୁଇସିଲ ବାଜିବାର ଅପେକ୍ଷାରେ ଅଛୁ। ଯେଉଁଦିନ ହୁଇସିଲ ଫୁଙ୍କା ହେବ ସେହିଦିନ ବିଜେଡି ଗୋଲ ହୋଇଯିବ। ତାସ୍‌ ଘର ଭଳି ବିଜେଡି ଭାଙ୍ଗିଯିବ। ରାଜ୍ୟସଭାରେ ଦେଖିଲେ। ବିଧାନସଭାରେ ବି କ’ଣ କରୁଛନ୍ତି। ବିଜେଡି ଲୋପ ପାଇବା ବିଜେପିର ଇଚ୍ଛାଧୀନ ବିଷୟ। ବିଜେଡିର ସମସ୍ତେ ଯୋଗାଯୋଗରେ ଅଛନ୍ତି ଏବଂ ଆଗକୁ ଅନେକ କଥା ଘଟିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking