30.1 C
Bhubaneswar
Sunday, February 8, 2026
Homeଓଡିଶାଉତ୍କଳ ଗୌରବ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ

ଉତ୍କଳ ଗୌରବ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ

ଯାଜପୁର: ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଦକ୍ଷିଣବନ୍ଧସ୍ଥିତ ଉତ୍କଳ ଗୌରବ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଯୋଗ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ବିଦ୍ୟାଳୟ ହେଉଛି ମଣିଷର ଭବିଷ୍ୟତ ଗଢ଼ିବାର କାରଖାନା ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଉଦବୋଧନ ଦେଇଥିଲେ। ପ୍ରଧାନ ଶିକ୍ଷକ ନିରଞ୍ଜନ ସାମଲଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯାଜପୁର ସାଂସଦ ଡ଼ଃ ରବିନ୍ଦ୍ର ନାରାୟଣ ବେହେରା, ମୁଖ୍ୟ ବକ୍ତା ଭାବେ ମାନସ ବେହେରା, ଅନ୍ୟତମ ଅତିଥି ଭାବେ ସମାଜସେବୀ ଗୌତମ ରାୟ, ବବିତା ମଲ୍ଲିକ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ ହୋଇଛି । ଏହି ଅବସରରେ ଉପସ୍ଥିତ ଅତିଥି ମାନେ “ସୁବର୍ଣ୍ଣ ସ୍ୱାକ୍ଷର” ନାମକ ଏକ ପତ୍ରିକାର ଉନ୍ମୋଚନ କରିଥିଲେ । ସକାଳେ ବିଦ୍ୟାଳୟର ସର୍ବ ପ୍ରଥମ ଛାତ୍ର ନିରଞ୍ଜନ ନାୟକ ଉତ୍କଳ ଗୌରବ ଜ୍ୟୋତି ପ୍ରଜ୍ଜ୍ୱଳନ କରିବା ପରେ ଏହା ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ବହୁ ପୁରାତନ ଛାତ୍ରଛାତ୍ରୀ, ଅବିଭାବକଙ୍କ ସମେତ ସ୍ଥାନୀୟ ଆଞ୍ଚଳର ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking