22.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶପ୍ରେମିକ ସହ ଏକାଠି ରହିବାକୁ ୩ ସନ୍ତାନଙ୍କୁ ମାରିଦେଲା ମା’

ପ୍ରେମିକ ସହ ଏକାଠି ରହିବାକୁ ୩ ସନ୍ତାନଙ୍କୁ ମାରିଦେଲା ମା’

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ପରେ ଏବେ ତେଲେଙ୍ଗାନାରେ ଆଉ ଏକ ଲୋକହର୍ଷଣକାରୀ ହତ୍ୟାକାଣ୍ଡ। ୟୁପି ମିରଟରେ ପ୍ରେମିକ ପାଇଁ ମୁସ୍କାନ ନିଜ ସ୍ବାମୀ ସୌରଭକୁ ମାରିମାରିଥିଲା। ଠିକ୍ ସେଭଳି ତେଲେଙ୍ଗାନାର ସଙ୍ଗାରେଡ୍ଡୀରେ ଆଉ ଏକ ହତ୍ୟାକାଣ୍ଡ ମାମଲା ସମସ୍ତଙ୍କୁ ଚକିତ କରିଛି। ଏଠାରେ ମଧ୍ୟ ଜଣେ ମହିଳା ପ୍ରେମିକ ପାଖରେ ରହିବାକୁ ନିଜର ୩ ସନ୍ତାନଙ୍କୁ ହତ୍ୟା କରିଛି ଏହି ଘଟଣା ପରେ ଅଭିଯୁକ୍ତ ମହିଳା ଓ ତାଙ୍କ ପ୍ରେମିକକୁ ପୋଲିସ ଗିରଫ କରିଛି। ମା’ର ମମତା ପାଲଟିଲା ବିଷ। ସୁରକ୍ଷା ବଦଳରେ ୩ ସନ୍ତାନଙ୍କୁ ଗୋଟି ଗୋଟି କରି କଲା ହତ୍ୟା। ତାହା ପୁଣି ପ୍ରେମିକ ସହ ରହିବା ପାଇଁ କରିଥିଲା ଷଡଯନ୍ତ୍ର। ଏହି ମାମଲାରେ ପୋଲିସ ଅଭିଯୁକ୍ତ ମା’ ରଞ୍ଜିତା ଓ ତା’ର ପ୍ରେମିକ ଶିବକୁମାରକୁ ଗିରଫ କରିଛି। ଏହାପରେ ପୋଲିସ ଯେଉଁ ଖୁଲାସା କରିଛି ତାହା ଖୁବ୍ ଆଶ୍ଚର୍ଯ୍ୟଜନକ। ୩୦ ବର୍ଷୀୟ ରଞ୍ଜିତା ୬ ମାସ ତଳେ ବ୍ୟାଚ୍ ରିୟୁନିୟନ୍‌ରେ ସ୍କୁଲ ବେଳର ସାଙ୍ଗଙ୍କୁ ଭେଟିଥିଲା। ଏହି ସମୟରେ ଦଶମ ଶ୍ରେଣୀର ସାଙ୍ଗ ଶିବକୁମାର ସହ ମଧ୍ୟ ସାକ୍ଷାତ ହୋଇଥିଲା।

ଦୀର୍ଘ ବର୍ଷ ପରେ ପୁରୁଣା ପ୍ରେମ ପୁଣିଥରେ ତାଜା ହୋଇଯାଇଥିଲା। ରଞ୍ଜିତା ମଧ୍ୟ ନିଜର ବୈବାହିକ ଜୀବନରେ ସୁଖୀ ନଥିଲା। ୨୦୧୩ ରେ ରଞ୍ଜିତା ଚେନ୍ନେୟାଙ୍କୁ ବିବାହ କରିଥିଲେ। ୩୦ ବର୍ଷର ରଞ୍ଜିତାଙ୍କ ତୁଳନାରେ ଚେନ୍ନେୟାଙ୍କ ବୟସ ଖୁବ୍ ଅଧିକ। ଚେନ୍ନେୟାଙ୍କୁ ଏବେ ୫୦ ବର୍ଷ, ସେ ଓ୍ବାଟର ଟ୍ୟାଙ୍କର ଚଳାଇ ପରିବାର ପୋଷନ୍ତି। କୁହାଯାଉଛି ଯେ, ଦୁହିଁଙ୍କ ମଧ୍ୟରେ ବୟସର ତାରତମ୍ୟ ଥିବାରୁ ଅଧିକାଂଶ ସମୟ ଝଗଡା ଲାଗୁଥିଲା। ରଞ୍ଜିତା ଓ ଶିବା ବିବାହ କରିବାର ନିଷ୍ପତ୍ତି ନେଇଥିଲେ। ହେଲେ ରଞ୍ଜିତା ଆଗରେ ଶିବା କିଛି ସର୍ତ୍ତ ରଖିଥିଲା। ତାହା ହେଲା ସେ ରଞ୍ଜିତାର ପିଲାଙ୍କୁ ରଖିବାକୁ ଚାହୁଁନଥିଲା। ଏଥିପାଇଁ ରଞ୍ଜିତା ନିଜ ପିଲାଙ୍କୁ ମାରିବାକୁ ଯୋଜନା କରିଥିଲା। ମାର୍ଚ୍ଚ ୨୭ ତାରିଖ ରାତିରେ ଶିବାକୁ ରଞ୍ଜିତା ନିଜର ପ୍ଳାନିଂ ବିଷୟରେ କହିଥିଲା। ଶିବା ମଧ୍ୟ ଏଥିରେ ସହମତି ପ୍ରକାଶ କରିଥିଲା। ଏହାପରେ ରଞ୍ଜିତା ଏକ ଟାଓ୍ବେଲ ମାଧ୍ୟମରେ ନିଜର ସବୁ ପିଲାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା। ଚେନ୍ନେୟା ରାତିରେ ଘରକୁ ଫେରିବା ପରେ ରଞ୍ଜିତା ପେଟ କାଟୁଛି ବୋଲି ମିଛ ବାହାନା କରିଥିଲା। ରଞ୍ଜିତା କହିଥିଲା ପିଲାମାନଙ୍କୁ ଭାତ ଓ ଦହି ଖୁଆଇବା ପରେ ସେମାନେ ବେହୋସ୍ ହୋଇଗଲେ। ଏହାପରେ ଚେନ୍ନେୟା ଓ ପଡୋଶୀ ମିଶି ପିଲାମାନଙ୍କୁ ହସ୍ପିଟାଲକୁ ନେଇକି ଯାଇଥିଲେ। ତେବେ ହସ୍ପିଟାଲ କର୍ମଚାରୀଙ୍କୁ ସନ୍ଦେହ ହେବାରୁ ସେମାନେ ପୋଲିସକୁ ଖବର ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking