24.1 C
Bhubaneswar
Friday, February 6, 2026
Homeଅପରାଧଚାଞ୍ଚଲ୍ୟ; ୨୩ ଜଣଙ୍କ ଦ୍ୱାରା ନାବାଳିକା ହେଲେ ଗଣ ଦୁର୍ଷର୍ମର ଶିକାର

ଚାଞ୍ଚଲ୍ୟ; ୨୩ ଜଣଙ୍କ ଦ୍ୱାରା ନାବାଳିକା ହେଲେ ଗଣ ଦୁର୍ଷର୍ମର ଶିକାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରାଣସୀରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ୨୩ ଜଣ ପୁରୁଷଙ୍କ ଦ୍ୱାରା ୭ ଦିନ ଧରି ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣା ମାର୍ଚ୍ଚ ୨୯ ରୁ ଏପ୍ରିଲ ୪ ପର୍ଯ୍ୟନ୍ତ ଘଟିଥିବା ଜଣାପଡ଼ିଛି। ପୋଲିସ ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଅନ୍ୟମାନଙ୍କୁ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ସେ ମାର୍ଚ୍ଚ ୨୯ ତାରିଖରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଏକ ହୁକାବାର ଯାଉଥିଲେ। ସେଠାରେ ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ମୃଦୁ ପାନିୟରେ ନିଶା ମିଶାଇ ଅପହରଣ କରିନେଇଥିଲେ। ଏହାପରେ ତାଙ୍କୁ ଏକ ହୋଟେଲରେ ରଖି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏପ୍ରିଲ ୪ ତାରିଖରେ କୈଶଳକ୍ରମେ ସେଠାରୁ ଖସିଆସି ସେ ଘରେ ପହଞ୍ଚିଥିଲେ ଏବଂ ତାଙ୍କ ପରିବାରକୁ ଏହି ଅମାନୁଷିକ ଘଟଣା ବିଷୟରେ ଜଣାଇଥିଲେ। ପରିବାର ତୁରନ୍ତ ପୋଲିସରେ ଅଭିଯୋଗ ଦାୟର କରିଥିଲେ। ପୀଡ଼ିତା କହିଛନ୍ତି ଯେ ତାଙ୍କୁ ଏକ ସ୍ଥାନରେ ବନ୍ଦୀ କରାଯାଇ ଏବଂ ବାରମ୍ବାର ଦୁଷ୍କର୍ମ କରାଯାଇଥିଲା। ତାଙ୍କୁ ଜୋର ଜବରଦସ୍ତ ମଦ୍ୟପାନ କରାଇ ଅଚେତ ଅବସ୍ଥାରେ ରଖାଯାଇଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି।

ତାଙ୍କୁ ଦୁଷ୍କର୍ମ କରିଥିବା ଦୁଷ୍କର୍ମକାରୀଙ୍କ ମଧ୍ୟରେ ପୀଡିତାଙ୍କ ଇନଷ୍ଟାଗ୍ରାମ ବନ୍ଧୁ ରହିଥିବା ବେଳେ ଆଉ କେତେକ ତାଙ୍କ ପୂର୍ବତନ କ୍ଲାସମେଟ ବୋଲି ଜଣାପଡିଛି। ତେବେ ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ପୋଲିସ ପୀଡିତା ଯାଇଥିବା ହୁକାବାରରେ ପହଞ୍ଚି ସେଠାକାର କର୍ମଚାରୀମାନଙ୍କୁ ପଚରାଉଚରା କରିବା ସହ ସିସିଟିଭି ଫୁଟେଜ ଜବତ କରିଛି। ବାରାଣସୀର ଡିସିପି (ବରୁଣା ଜୋନ୍) ଚନ୍ଦ୍ରକାନ୍ତ ମୀନାଙ୍କ କହିବା ଅନୁସାରେ, ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଏକ ଏଫ୍ଆଇଆର୍ ଦାୟର କରାଯାଇଛି। ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଅନୁସାରେ ଧାରା ୭୦(୧) (ଗଣ ଦୁଷ୍କର୍ମ), ୭୪ (ମର୍ଯ୍ୟାଦା ହାନି), ୧୨୩ (ବିଷାକ୍ତ ପଦାର୍ଥ ପ୍ରୟୋଗ), ୧୨୬(୨) (ଗତିବିଧିରେ ବାଧା), ୧୨୭(୨) (ଅବୈଧ ବନ୍ଦୀତ୍ୱ), ଏବଂ ୩୫୧(୨) (ଅପରାଧିକ ଧମକ) ଅନୁସାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking