21.1 C
Bhubaneswar
Saturday, February 7, 2026
Homeଓଡିଶାଶ୍ରୀରାମ ଯଜ୍ଞ ସମିତି ପକ୍ଷରୁ ବିଶାଳ ଶ୍ରୀରାମ ସଚେତନତା ଶୋଭାଯାତ୍ରା

ଶ୍ରୀରାମ ଯଜ୍ଞ ସମିତି ପକ୍ଷରୁ ବିଶାଳ ଶ୍ରୀରାମ ସଚେତନତା ଶୋଭାଯାତ୍ରା

ଯାଜପୁର: ପବିତ୍ର ରାମ ନବମୀ ଅବସରରେ ଶ୍ରୀରାମ ଯଜ୍ଞ ସମିତି,ଯାଜପୁର ନେତୃତ୍ୱରେ ଜିଲ୍ଲା ସଦର ମହକୁମା ଠାରେ ଏକ ବିଶାଳ ଶ୍ରୀରାମ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାଜପୁର ବ୍ଲକ ମୋଟରଙ୍ଗାପାଳ ଗ୍ରାମସ୍ଥିତ ହନୁମାନ ମନ୍ଦିର ଠାରୁ ଏହି ଶୋଭାଯାତ୍ରା ବାହାରି ଯାଜପୁର ସହର ପରିକ୍ରମା କରି ପୁନଃ ହନୁମାନ ମନ୍ଦିରରେ ଉଦଯାପିତ ହୋଇଥିଲା। ଜୟ ଶ୍ରୀରାମ ଧ୍ବନିରେ ସାରା ସହର ପ୍ରକମ୍ପିତ ହୋଇ ଉଠିଥିଲା। ଭାଗ୍ବା ଧ୍ୱଜାରେ ପବିତ୍ର ବିରଜା ମାଟି ଗଇରିକମୟ ତଥା ରାମମୟ ହୋଇଉଠିଥିଲା। ଏହି ଶୋଭାଯାତ୍ରାରେ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରାଙ୍କ ସମେତ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ, ବିଶ୍ଵହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଦୁର୍ଗାବାହିନୀ ଓ ଭାରତୀୟ ଜନତା ପାର୍ଟିର ବହୁ କାର୍ଯ୍ୟକର୍ତ୍ତା ଓ କର୍ମୀ ସାମିଲ ହୋଇଥିଲେ। ହିନ୍ଦୁ ମାନଙ୍କ ଭିତରେ ଶ୍ରୀରାମଙ୍କ ପ୍ରତି ଶ୍ରଦ୍ଧା ଓ ପ୍ରତ୍ୟେକଙ୍କ ମନରେ ଦେଶପ୍ରିତି ଜାଗ୍ରତ କରିବା ଏହି ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ନେତୃତ୍ୱ ମାନେ ମତବ୍ୟକ୍ତ କରିଥିଲେ। ସହରର ପ୍ରତ୍ୟେକ ପୂଜା କମିଟି ପକ୍ଷରୁ ଏହି ଶୋଭାଯାତ୍ରାକୁ ସ୍ୱାଗତ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ଭାବେ ଶୋଭାଯାତ୍ରା ଅନୁଷ୍ଠିତ କରିବାକୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking