19.1 C
Bhubaneswar
Saturday, February 7, 2026
Homeଓଡିଶାଏପ୍ରିଲ ୧୧ରେ ଶୁଭାରମ୍ଭ ହେବ ଆୟୁଷ୍ମାନ୍ କାର୍ଡ

ଏପ୍ରିଲ ୧୧ରେ ଶୁଭାରମ୍ଭ ହେବ ଆୟୁଷ୍ମାନ୍ କାର୍ଡ

ଭୁବନେଶ୍ୱର: ଲୋକଙ୍କୁ ଆର୍ôଥକ ଦୃଷ୍ଟିରୁ ସଶକ୍ତ ତଥା ସାହାଯ୍ୟ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା ଜାରି କରିଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଆୟୁଷ୍ମାନ ଭାରତ ଯୋଜନା, ଯାହାର ଲାଭ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଖରେ ପହଞ୍ଚୁଛି। ଏହି ସରକାରୀ ସ୍ୱାସ୍ଥ୍ୟ ବୀମା ଯୋଜନା ଅନ୍ତର୍ଗତ ଆୟୁଷ୍ମାନ କାର୍ଡ ଗରିବ ଶ୍ରେଣୀ ଏବଂ ଅଭାବୀ ଲୋକଙ୍କୁ ଦିଆଯାଉଛି। ଏହା ମାଧ୍ୟମରେ ଜଣେ ମାଗଣା ସ୍ୱାସ୍ଥ୍ୟ ସେବାର ଲାଭ ପାଇଥାନ୍ତି। ତେବେ ଆସନ୍ତା ଏପ୍ରିଲ ୧୧ ତାରିଖରେ ଓଡ଼ିଶାରେ ଆୟୁଷ୍ମାନ୍ କାର୍ଡର ଶୁଭାରମ୍ଭ ହେବାକୁ ଯାଉଛି। ଏଥିପାଇଁ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ୧୦ ତାରିଖ ରାତିରେ ଭୁବନେଶ୍ୱରରେ ପହଞ୍ଚିବେ ନଡ୍ଡା।

ଏହାପରେ ଗତ ୧୧ ତାରିଖ ଦିନ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବେ। ଏଥିପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ ଚାଲିଛି। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ବୀମାର ଲାଭ ପାଇବାକୁ ହେଲେ ଲୋକଙ୍କ ପାଖରେ ଆୟୁଷ୍ମାନ କାର୍ଡ ଥିବା ଆବଶ୍ୟକ। ଏହା ମାଧ୍ୟମରେ କାର୍ଡଧାରୀମାନେ ମାଗଣା ଚିକିତ୍ସା ପାଇପାରିବେ। ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ, ସେମାନଙ୍କର ସାମାଜିକ-ଅର୍ଥନୈତିକ ସ୍ଥିତି ର୍ନିବିଶେଷରେ ଏହି ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ। ଲୋକଙ୍କୁ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବାକୁ ପଡିବ। ଏହି ପୋର୍ଟାଲରେ ଫେସ୍ ବ୍ୟାରିଫିକେସନ ସୁବିଧା ଉପଲବ୍ଧ, ଯେଉଁଥିରେ ୭୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ଲିଙ୍କ୍ ରହିବ। ଆୟୁଷ୍ମାନ କାର୍ଡ ପାଇଁ ଆଧାର କାର୍ଡ, ରାଶନ କାର୍ଡ ଏବଂ ଠିକଣା ପ୍ରମାଣ ଆବଶ୍ୟକ। ଏସବୁ ବ୍ୟତୀତ ଆବେଦନକାରୀଙ୍କର ଏକ ସକ୍ରିୟ ଫୋନ ନମ୍ବର ମଧ୍ୟ ରହିବା ଆବଶ୍ୟକ। ଯଦି ଏହି ଚାରୋଟି ଡକ୍ୟୁମେଣ୍ଟ ମଧ୍ୟରୁ କୌଣସିଟି ନାହିଁ ତେବେ ଆବେଦନ ରଦ୍ଦ ହେବାର ଆଶଙ୍କା ରହିଛି। ନିକଟତମ ଜନ ସେବା କେନ୍ଦ୍ର ପରିଦର୍ଶନ କରି ଆୟୁଷ୍ମାନ କାର୍ଡ ପାଇଁ ଆବେଦନ କରାଯାଇ ପାରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking