28.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶଆମେରିକାରେ ନାବାଳିକାଙ୍କୁ ଯୌନ ଶୋଷଣ; ଅଭିଯୁକ୍ତ ଭାରତୀୟଙ୍କୁ ୩୫ ବର୍ଷ ଜେଲଦଣ୍ଡ

ଆମେରିକାରେ ନାବାଳିକାଙ୍କୁ ଯୌନ ଶୋଷଣ; ଅଭିଯୁକ୍ତ ଭାରତୀୟଙ୍କୁ ୩୫ ବର୍ଷ ଜେଲଦଣ୍ଡ

ୱାଶିଂଟନ୍‌: ସାମାଜିକ ଗଣମାଧ୍ୟମରେ ମିଥ୍ୟା ପରିଚୟ ଦେଇ ନାବାଳିକାଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ଏବଂ ସେମାନଙ୍କୁ ଯୌନ ଶୋଷଣ କରିବା ମାମଲାରେ ଆମେରିକାରେ ସାଇ କୁମାର କୁରେମୁଲା ନାମକ ଜଣେ ଭାରତୀୟ ନାଗରିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆମେରିକାର ଏକ ଜିଲ୍ଲା କୋର୍ଟ ସାଇ କୁମାରଙ୍କୁ ୩୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ସାଇ କୁମାର ଓକଲାହୋମାର ଏଡମଣ୍ଡ୍ ସହରରେ ଅପ୍ରବାସୀ ଭିସା ଆଧାରରେ ଅବସ୍ଥାନ କରୁଥିବା ବେଳେ ଏହି ଅପରାଧ କରିଥିଲେ। ସାମାଜିକ ଗଣମାଧ୍ୟମରେ ସେ ନିଜକୁ କିଶୋର ଦର୍ଶାଇ ପିଲାମାନଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କୁ ଯୌନ ଶୋଷଣ କରୁଥିଲେ। ଏକାଧିକ ନାବାଳିକାଙ୍କ ସହିତ ସେ ଏପରି କରିଥିବା ନେଇ ଅଭିଯୋଗ ହୋଇଥିଲା। ଆମେରିକାର ଆଟର୍ଣ୍ଣି କାର୍ଯ୍ୟାଳୟରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ୩ ନାବାଳିକାଙ୍କୁ ଯୌନ ଶୋଷଣ କରିବା ସହିତ ଅଶ୍ଳୀଳ ଫଟୋଚିତ୍ର ଭାଇରାଲ କରିବା ମାମଲାରେ ଆମେରିକାର ଜିଲ୍ଲା ଜଜ ଚାର୍ଲ୍ସ ଗୁଡୱିନ୍ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking