16.1 C
Bhubaneswar
Monday, February 9, 2026
Homeଦେଶ ବିଦେଶକୁକି-ମୈତେଇ ଗୋଷ୍ଠୀ ମଧ୍ୟରେ ଶାନ୍ତି ଫେରିବ!

କୁକି-ମୈତେଇ ଗୋଷ୍ଠୀ ମଧ୍ୟରେ ଶାନ୍ତି ଫେରିବ!

ଇମ୍ଫାଲ: ଏପ୍ରିଲ୍ ୫ ତାରିଖରେ କୁକି ଜୋ ଏବଂ ମୈତେଇ ଗୋଷ୍ଠୀ ମଧ୍ୟରେ ଆଲୋଚନା ହେବ। ଉଭୟ ଗୋଷ୍ଠୀ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ସହ ସମ୍ପୂର୍ଣ୍ଣ ମଣିପୁରରେ ସ୍ଥିତି ସ୍ୱାଭାବିକ କରାଯିବା ଉଦ୍ଦେଶ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ପଦାଧିକାରୀଙ୍କ ସହ ଉଭୟ ମୈତେଇ ଏବଂ କୁକି-ଜୋ ଗୋଷ୍ଠୀର ଶୀର୍ଷ ନେତୃତ୍ୱମାନେ ଯୋଗଦେବେ। ତେବେ ଏହାପୂର୍ବରୁ ମଣିପୁରର କାଙ୍ଗପୋକପି ଜିଲ୍ଲାରେ ଅନୁଷ୍ଠିତ ବୈଠକରେ ଆଲୋଚନାରେ ସାମିଲ ହେବା ପାଇଁ କୁକି ଶୀର୍ଷ ନେତୃତ୍ୱ ତିନୋଟି ସର୍ତ୍ତ ରଖିଛନ୍ତି। କୁକି ଜୋ ପରିଷଦ (କେଜେଡିସି) ଅଧ୍ୟକ୍ଷ ହେନ୍‌ଲିଆନଥାଙ୍ଗ ଥାଙ୍ଗଲେଟ୍ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ମଙ୍ଗଳବାର ଆଦିବାସୀ ଏକତା କମିଟି (ସିଓଟିୟୁ) ଦ୍ୱାରା କାଙ୍ଗପୋକପିରେ ଆୟୋଜିତ ଏକ ପରାମର୍ଶ ବୈଠକରେ ତିନୋଟି ସର୍ତ୍ତ ରଖାଯାଇଛି। ଏହି ୩ ସର୍ତ୍ତ ହେଉଛି କୁକି-ଜୋ-ଅଧିକୃତ ଅଞ୍ଚଳରେ ମୈତେଇ ବ୍ୟକ୍ତିମାନଙ୍କର ଗତିବିଧି ଉପରେ କଡ଼ାକଡ଼ି ପ୍ରତିବନ୍ଧକ ଲାଗୁ ହେବ। ଆଲୋଚନାକୁ ସହଜ କରିବା ପାଇଁ ସର୍ବନିମ୍ନ ୬ ମାସ ପାଇଁ ଶତ୍ରୁତା ବନ୍ଦ କରାଯିବ। ଯୁଦ୍ଧବିରତି ଅବଧି ମଧ୍ୟରେ ଏକ ସଂରଚିତ ଆନୁଷ୍ଠାନିକ ଏବଂ ଅର୍ଥପୂର୍ଣ୍ଣ ଆଲୋଚନା ପ୍ରକ୍ରିୟା ଆରମ୍ଭ କରାଯିବା ଆବଶ୍ୟକ। ସଂଖ୍ୟା ଗରିଷ୍ଠ ଥିବା ଅନ୍ୟ ସମ୍ପ୍ରଦାୟ ଅଞ୍ଚଳରେ ମୈତେଇ ଏବଂ କୁକି କୌଣସି ସୀମା ଉଲ୍ଲଙ୍ଘନ କରିବେ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking