29.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶୟେମନ୍‌ରେ ପୁଣି ଆମେରିକାର ବିମାନ ଆକ୍ରମଣ

ୟେମନ୍‌ରେ ପୁଣି ଆମେରିକାର ବିମାନ ଆକ୍ରମଣ

ସନା: କିଛି ଦିନର ନିରବତା ପରେ ୟେମେନ୍ ଉପରେ ଆମେରିକା ପୁଣିଥରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଦେଇଛି। ୟେମେନ୍‌ର ପଶ୍ଚିମ ପ୍ରଦେଶ ହୋଦେଇଦାହ ସହରରେ ଆମେରିକାର ବିମାନ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ହୁତି ଗଣମାଧ୍ୟମ ଏବଂ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ମଙ୍ଗଳବାର ରାତିରେ (ଏପ୍ରିଲ ୧) ହୋଇଥିବା ଆକ୍ରମଣଗୁଡ଼ିକ କେନ୍ଦ୍ରୀୟ ହୋଦେଇଦାହର ମନସୁରିଆ ଜିଲାରେ ଏକ ‘ଜଳ ପ୍ରକଳ୍ପ ଏବଂ ଏହାର କୋଠା’କୁ ଟାର୍ଗେଟ୍ କରାଯାଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ ଆକ୍ରମଣ ପରେ ଭଗ୍ନାବଶେଷ ତଳେ ପୋତି ହୋଇଥିବା ଲୋକଙ୍କ ସନ୍ଧାନ ଜାରି ରହିଛି। ପ୍ରକାଶ, ଆମେରିକା ସେନା ଉତ୍ତର-ପଶ୍ଚିମ ପ୍ରଦେଶ ହଜ୍ଜା ଏବଂ ସାଦାର ଅନେକ ସ୍ଥାନରେ ବିମାନ ଆକ୍ରମଣ କରିଛି। ସକାଳେ, ହୁତି ଗଣମାଧ୍ୟମ ଉତ୍ତର ୟେମେନର ବିଭିନ୍ନ ସ୍ଥାନରେ ଆମେରିକାର ବିମାନ ଆକ୍ରମଣ ବିଷୟରେ ରିପୋର୍ଟ କରିଥିଲା, ଯେଉଁଥିରେ ରାଜଧାନୀ ସନାର ପଶ୍ଚିମରେ ଥିବା ବାନି ମାତାର ଜିଲାର ମାଉଣ୍ଟ ନବି ଶୁଆଏବ ଏବଂ ସାଦା ଅନ୍ତର୍ଭୁକ୍ତ। ତଥାପି, ଏହି ବିମାନ ଆକ୍ରମଣରେ କୌଣସି ମୃତାହତଙ୍କ ସମ୍ପରେ ରିପୋର୍ଟ ମିଳିପାରିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking