18.1 C
Bhubaneswar
Sunday, February 8, 2026
Homeଓଡିଶାମାଗଣା ବିଜୁଳି ଯୋଗାଇବାର କୌଣସି ବ୍ୟବସ୍ଥା ନାହିଁ

ମାଗଣା ବିଜୁଳି ଯୋଗାଇବାର କୌଣସି ବ୍ୟବସ୍ଥା ନାହିଁ

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ବିଜେପି ୩୦୦ ୟୁନିଟ ମାଗଣା ବିଜୁଳି ଦେବାକୁ କହିଥିଲା। ହେଲେ ନିର୍ବାଚନ ଜିତି ସରକାର ଗଠନ କରିବାକୁ ୧୦ ମାସ ପୂରିବାକୁ ଥିବା ବେଳେ ଏବେ ନୂଆ ସରକାରଙ୍କର ମାଗଣା ବିଜୁଳି ଯୋଗାଣର କୌଣସି ବ୍ୟବସ୍ଥା ନାହିଁ ବୋଲି କହିଲେଣି। ଆଜି ବିଧାନସଭାରେ ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ନୂଆ ସରକାରଙ୍କର ମାଗଣା ବିଜୁଳି ଯୋଗାଇବାର କୌଣସି ବ୍ୟବସ୍ଥା ନାହିଁ। ବାଲିକୁଦା-ଏରସମାର ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକ ଆଜି ବିଧାନସଭାରେ ଏକ ଅଣତାରକା ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂହଦେଓଙ୍କୁ ପଚାରିଥିଲେ ଯେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଜନା କେବେ ଲାଗୁ ହେବ, ଏହି ଯୋଜନା ପାଇଁ ରାଜ୍ୟ ସରକାର କେତେ ଅର୍ଥର ବ୍ୟବସ୍ଥା କରିଛନ୍ତି। ଏଥି ସହିତ ପିଏମ୍ ସୂର୍ୟ୍ୟଘର ଯୋଜନା ଅନ୍ତର୍ଗତ ଏପର୍ୟ୍ୟନ୍ତ ରାଜ୍ୟର କେତେ ଲୋକ ମନୋନୀତ ହୋଇଛନ୍ତି। କେତେ ଘର ଏହି ଯୋଜନାର ଲାଭ ଉଠାଉଛନ୍ତି।

ଏହି ପ୍ରଶ୍ନର ଉତ୍ତର ଦେଇ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂହଦେଓ କହିଥିଲେ ରାଜ୍ୟରେ ୩୦୦ ୟୁନିଟ୍ ପର୍ୟ୍ୟନ୍ତ ମାଗଣା ବିଦ୍ୟୁତ୍ ଦେବା ପାଇଁ ବର୍ତ୍ତମାନ ସରକାରଙ୍କର କୌଣସି ଯୋଜନା ନାହିଁ । ପିଏମ୍ ସୂର୍ୟ୍ୟଘର ଯୋଜନା ୨୦୨୪ ଅଧୀନରେ ଇଚ୍ଛୁକ ଘରୋଇ ଗ୍ରାହକ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ କରି ନିଜ ବିଦ୍ୟୁତ ଉତ୍ପାଦନ କରିପାରିବେ । ଆକାସିକ ଗୃହ ଗୁଡିକର ଛାତ ଉପରେ ୩ କିଲୋୱାଟ ପର୍ୟ୍ୟନ୍ତ ସୌର ପ୍ରକଳ୍ପ ସ୍ଥାପନ କରିବା ପାଇଁ କେନ୍ଦ୍ର ସରକାର ୭୮ ହଜାର ଟଙ୍କା ଓ ରାଜ୍ୟ ସରକାର ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏହି ଯୋଜନା ମାଧ୍ୟମରେ ଉପଭୋକ୍ତା ମାସିକ ପ୍ରାୟ ୩୦୦ ୟୁନିଟ୍ ପର୍ୟ୍ୟନ୍ତ ବିଦ୍ୟୁତ୍ ଉତ୍ପାଦନ କରି ଉପଯୋଗ କରିପାରିବେ ।ପ୍ରଧାନମନ୍ତ୍ରୀ ସୂର୍ୟ୍ୟଘର ମାଗଣା ବିଦ୍ୟୁତ ଯୋଜନା ପାଇଁ ରାଜ୍ୟ ସରକାର ୨୦୨୪-୨୫,୨୦୨୫-୨୬ ଏବଂ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମୋଟ ୧୮୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ଯୋଜନା ୨୦୨୬-୨୭ ଆର୍ଥିକ ବର୍ଷ ପର୍ୟ୍ୟନ୍ତ ବଳବତ୍ତର ରହିବ। ପିଏମ୍ ସୂର୍ୟ୍ୟଘର ଯୋଜନାରେ ୨୪.୦୩.୨୦୨୫ ତାରିଖ ସୁଦ୍ଧା ୯୭୧୨୮ଜଣ ଗ୍ରାହକ ଆବେଦନ ପତ୍ର ଦାଖଲ କରିଛନ୍ତି। ସେଥି ମଧ୍ୟରୁ ୩୧୨୪ ଜଣଙ୍କ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ କରାଯାଇଅଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking