31.1 C
Bhubaneswar
Saturday, February 7, 2026
Homeଓଡିଶାସୋଆ ଆଇବିସିଏସ୍ ପକ୍ଷରୁ ଏସ୍‌ପିଏସ୍‌ଏସ୍ ସମ୍ପର୍କିତ କର୍ମଶାଳା ଆୟୋଜିତ

ସୋଆ ଆଇବିସିଏସ୍ ପକ୍ଷରୁ ଏସ୍‌ପିଏସ୍‌ଏସ୍ ସମ୍ପର୍କିତ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ‘ଷ୍ଟାଟିଷ୍ଟିକାଲ ଡାଟା ଆନାଲିସିସ୍ ୟୁଜିଂ ଷ୍ଟାଟିଷ୍ଟିକାଲ୍ ପ୍ୟାକେଜ ଫର ସୋସିଆଲ୍ ସାଇନ୍‌ସେସ୍‌’ ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମନୋନିବେଶ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଅଧିକ ପ୍ରଶିକ୍ଷଣ ଦେବା ସହ ପରିସଂଖ୍ୟାନ ସମ୍ପର୍କୀୟ ଜ୍ଞାନକୌଶଳ ସମ୍ବନ୍ଧୀୟ ଅଧିକ ତଥ୍ୟ ପ୍ରଦାନ କରିବା ଲକ୍ଷ୍ୟରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା।

ଏହି କର୍ମଶାଳାକୁ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉଦ୍‌ଘାଟନ କରିଥିବା ବେଳେ ଆଇବିସିଏସ୍‌ର ଡିନ୍ ପ୍ରଫେସର (ଡକ୍ଟର) ଅୟସକାନ୍ତ ମହାନ୍ତି, ସମ୍ ନର୍ସିଂ କଲେଜର ଡିନ୍ ପ୍ରଫେସର (ଡକ୍ଟର) ସସ୍ମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ବକ୍ତାମାନେ ପିରସଂଖ୍ୟାନ ବ୍ୟବସ୍ଥା ଏବଂ ଡାଟା ସମ୍ପର୍କିତ ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। କର୍ମଶାଳାର ବିଭିନ୍ନ ଅଧିବେଶନଗୁଡ଼ିକୁ ଡକ୍ଟର ପ୍ରୀତି ୱାଇ. ଷଡଙ୍ଗୀ, ଶ୍ରୀମତି ରୁବୀ ପ୍ରଧାନ ଏବଂ ଶ୍ରୀମତି ସୁଚିସ୍ମିତା ପାହାନ୍ତାସିଂ ପରିଚାଳନା କରିଥିଲେ। କର୍ମଶାଳାକୁ ଆଇବିସିଏସ୍‌ର ଆସୋସିଏଟ ଡିନ୍ ପ୍ରଫେସର (ଡକ୍ଟର) ମନୋରଞ୍ଜନ ଦାସ ପରିଚାଳନା କରିବା ସହ ଡାଟା ଅନୁଶୀଳନ ନିମନ୍ତେ ଷ୍ଟାଟିଷ୍ଟିକାଲ୍ ପ୍ୟାକେଜ ଫର ସୋସିଆଲ୍ ସାଇନ୍‌ସେସ (ଏସ୍‌ପିଏସ୍‌ଏସ୍‌)ର ପ୍ରୟୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଶିକ୍ଷା ଓ ଗବେଷଣା ସମ୍ପର୍କରେ ପ୍ରୋତ୍ସାହିତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking