27.1 C
Bhubaneswar
Friday, March 27, 2026
Homeଓଡିଶାଭିଆରଏସ ନେଲେ ସୁଜାତା  

ଭିଆରଏସ ନେଲେ ସୁଜାତା  

ଭୁବନେଶ୍ୱର: ସୁଜାତା ଆର କାର୍ତ୍ତିକେୟନ ଭିଆରଏସ ନେଇଥିବା ସୂଚନା ମିଳିଛି । ସୁଜାତାଙ୍କ ଭିଆରଏସକୁ କେନ୍ଦ୍ର ମଞ୍ଜୁରି ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ୧୫ ଦିନ ତଳେ କେନ୍ଦ୍ର ନିକଟରେ ଆବେଦନ କରିଥିବା ସୂଚନା ମିଳୁଛି । ୨୦୦୦ ବ୍ୟାଚର ଆଇଏଏସ ଅଫିସର ସୁଜାତା  କାର୍ତ୍ତିକେୟନ । ବିଜେଡି ନେତା ଭିକେ ପାଣ୍ଡିଆନ୍‌ଙ୍କ ପତ୍ନୀ ହେଉଛନ୍ତି ସୁଜା କାର୍ତ୍ତିକେୟନ୍। ପୂର୍ବରୁ ଭିଆର୍‌ଏସ୍‌ ନେଇ ଭିକେ ପାଣ୍ଡିଆନ୍ ମଧ୍ୟ ରାଜନୀତିକୁ ଆସିଥିଲେ। ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ପାଣ୍ଡିଆନ୍। କିଛି ଦିନ ତଳେ ପାଣ୍ଡିଆନ୍ ଏକ ଅନ୍ତର୍ଜାତୀୟ ସଂସ୍ଥାରେ ଯୋଗଦେବେ ବୋଲି ଚର୍ଚ୍ଚା ହୋଇଥିଲା। ତେବେ ଭିଆର୍‌ଏସ୍‌ ନେବା ପରେ ସୁଜାତା ଏବଂ ପାଣ୍ଡିଆନ୍‌ ଙ୍କ ଆଭିମୁଖ୍ୟ କଣ ରହିବ , ତା ଉପରେ ସମସ୍ତଙ୍କ ନଜର ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking