25.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶନୀତୀଶ-ରାବ୍ରୀ ଦେବୀ ମୁହାଁମୁହିଁ

ନୀତୀଶ-ରାବ୍ରୀ ଦେବୀ ମୁହାଁମୁହିଁ

ପାଟ୍‌ନା: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତ୍ରୀ ରାବ୍ରୀ ଦେବୀଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ପୁଣିଥରେ ଉଭୟ ନେତା ମୁହାଁମୁହିଁ ପରିସ୍ଥିତିକୁ ଆସିଯାଇଛନ୍ତି। ବିହାର ବିଧାନ ପରିଷଦର କାର୍ଯ୍ୟକାଳ ସମୟରେ ଉଭୟ ନେତା ପୁଣି ପରସ୍ପର ସହିତ ଝଗଡ଼ା କରୁଥିବାର ଦେଖାଯାଇଛି। ବିହାର ବିଧାନପରିଷଦରେ ଆଲୋଚନା ଚାଲିଥିବା ବେଳେ ନୀତୀଶ କୁମାର, ରାବ୍ରୀ ଦେବୀଙ୍କୁ କଟାକ୍ଷ କରି କହିଥିଲେ କି, “ପାର୍ଟି ତୁମ ସ୍ୱାମୀ ଲାଲୁ ଯାଦବଙ୍କର ଓ ତୁମେ ତାଙ୍କ କ୍ଷମତାରେ ଏଠି ପହଞ୍ôଚପାରିଛ।

ତେଣୁ ତୁମକୁ ଗୁରୁତର ସହ ନିଆଯାଇପାରିବ ନାହିଁ। ତୁମେ କିଛି ବି ନୁହେଁ” ବିରୋଧୀ ମହାମେଣ୍ଟର ସଦସ୍ୟମାନେ ଏନ୍‌ଡିଏ ଓ ବିଜେପି ମେଣ୍ଟକୁ ସଂରକ୍ଷଣ ଚୋର କହୁଛନ୍ତି। ଏହାପରେ ସେ ଆରଜେଡି ସମ୍ପର୍କରେ କିଛି କହିବାକୁ ଯାଉଥିବା ବେଳେ ରାବ୍ରୀ ଦେବୀ ଛିଡା ହୋଇପଡିଥିଲେ। ଏହାଦେଖି ନୀତୀଶ ରାବ୍ରୀ ଦେବୀଙ୍କ ଉପରେ ବର୍ଷିଥିଲେ। ନୀତିଶ ରାବ୍ରୀ ଦେବୀଙ୍କୁ ଇଙ୍ଗିତ କରି ନିଜ ଚେୟାରରେ ବସିପଡ ବୋଲି କହିଥିଲେ। ଏହାପୂର୍ବରୁ ମଧ୍ୟ ନୀତୀଶ କୁମାର ରାବ୍ରୀଙ୍କୁ ତାତ୍ସଲ୍ୟ କରି କହିଥିଲେ ଯେ, “ଯେତେବେଳେ ତୁମ ସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଗଲା ତାହାର ସୁଯୋଗରେ ତୁମକୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ହେଲେ ମୁଖ୍ୟମନ୍ତ୍ରୀ ପଦ ପାଇଁ ତୁମେ ଯୋଗ୍ୟ ନଥିଲ।” ପ୍ରକାଶ, ରାବ୍ରୀ ଦେବୀ ନୀତୀଶଙ୍କୁ କଟାକ୍ଷ କରି କହିଥିଲେ ଯେ, ନୀତୀଶଙ୍କ ମୁଣ୍ଡ ଆଉ କାମ କରୁନି। ସେ ମୁଖ୍ୟମନ୍ତ୍ରୀ ପଦ ଛାଡି ନିଜ ପୁଅକୁ ମୁଖ୍ୟମନ୍ତ୍ରୀ କରନ୍ତୁ।” ରାବ୍ରୀଙ୍କ ଏହି କଟାକ୍ଷ ପର ଠାରୁ ଉଭୟଙ୍କ ମଧ୍ୟରେ ଏପ୍ରକାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking