26.1 C
Bhubaneswar
Tuesday, March 24, 2026
Homeଓଡିଶାଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଗୋବରଘାଟିରେ ୨ଟି ନବୀକରଣ ପୋଖରୀ ଲୋକାର୍ପିତ

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଗୋବରଘାଟିରେ ୨ଟି ନବୀକରଣ ପୋଖରୀ ଲୋକାର୍ପିତ

ଯାଜପୁର: ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଯାଜପୁର ଜିଲ୍ଲା ସୁକିନ୍ଦା ଗୋବରଘାଟି ଫେଜ୍-୨ କଲୋନୀର ବାସିନ୍ଦାଙ୍କ ଉଦ୍ଦେଶ୍ୟରେ ଦୁଇଟି ନବୀକରଣ ହୋଇଥିବା ଗୋଷ୍ଠୀ ପୋଖରୀ କୁ ଲୋକାର୍ପଣ କରାଯାଇଛି। ଏହି ପୋଖରୀ ଦ୍ୱାରା ଆଖପାଖ ଅଞ୍ଚଳରେ ରହୁଥିବା ୪୫୦ ପରିବାର ଉପକୃତ ହେବେ। ଟାଟା ଷ୍ଟିଲର କର୍ପୋରେଟ ସର୍ଭିସେସ ଉପାଧ୍ୟକ୍ଷ ତଥା ଟାଟା ଷ୍ଟିଲ ଫାଉଣ୍ଡେସନର ନିର୍ଦ୍ଦେଶକ ଚାଣକ୍ୟ ଚୌଧୁରୀ ଟିଏସକେ ୱାର୍କର୍ସ ୟୁନିୟନର ସାଧାରଣ ସମ୍ପାଦକ ଦାମୋଦର ସୋଏ, ଟାଟା ଷ୍ଟିଲ କଳିଙ୍ଗନଗରର କର୍ପୋରେଟ୍ ସର୍ଭିସେସ୍ ମୁଖ୍ୟ ଦେବଦୂତ ମହାନ୍ତି, କଳିଙ୍ଗନଗର ଇମ୍ପେକ୍ଟ କ୍ଲଷ୍ଟର ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀ ଏବଂ ସ୍ଥାନୀୟ ଅଧିବାସୀଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତିରେ ଏହି ପୋଖରୀଗୁଡ଼ିକୁ ଉଦ୍ ଘାଟନ କରାଯାଇଥିଲା।

ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏହି ପୋଖରୀ ମରାମତି ପରେ ଏହି ଦୁଇ ପୋଖରୀର ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ସ୍ଥାନୀୟ ଅଞ୍ଚଳରେ କଂକ୍ରିଟ୍ ରାସ୍ତା, ଉପଲବ୍ଧ ଜିମ୍ ଉପକରଣ, ଖେଳ ପଡ଼ିଆ, ଷ୍ଟ୍ରିଟ୍ ଲାଇଟ୍, ବାଡ଼, ପଥର ପିଚିଂ, ଚାରାରୋପଣ ଆଦି କାର୍ଯ୍ୟ କରାଯାଇଛି।

ଏହି ଅବସରରେ ଚାଣକ୍ୟ ଚୌଧୁରୀ କହିଛନ୍ତି ଯେ: ଗୋବରଘାଟି ସ୍ଥିତ ଏହି ଦୁଇଟି ପୋଖରୀ ସ୍ଥାନୀୟ ଲୋକମାନଙ୍କ ଦୈନନ୍ଦିନ ଜୀବନ ପାଇଁ ବହୁ ଗୁରୁତ୍ୱ ବହନ କରୁଛି । ପୋଖରୀଗୁଡ଼ିକ ପୁନର୍ଜୀବନ ପାଇବା ଫଳରେ ଏହା ଲୋକଙ୍କ ମଙ୍ଗଳ ଏବଂ ସ୍ଥାନୀୟ ଅଞ୍ଚଳର ପରିବେଶ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେବ ବୋଲି ଆମେ ଆଶା କରୁଛୁ। ଟାଟା ଷ୍ଟିଲ ଓ ଟାଟା ଷ୍ଟିଲ ଫାଉଣ୍ଡେସନ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଆମେ କଳିଙ୍ଗନଗରବାସୀଙ୍କ ପ୍ରତି କୃତଜ୍ଞ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ପୋଖରୀରେ ମାଛ ଧରିବା ବ୍ୟତୀତ ସ୍ଥାନୀୟ ବାସିନ୍ଦାମାନେ ବହୁ ପର୍ବପର୍ବାଣୀ ଏବଂ ଉତ୍ସବ ମଧ୍ୟ ପାଳନ କରିଥାନ୍ତି । ଏହି ପାଣି ଅନ୍ୟାନ୍ୟ ଘରୋଇ କାର୍ଯ୍ୟରେ ମଧ୍ୟ ବ୍ୟବହୃତ ହୁଏ ଏବଂ ଏହି ପରିବାରଗୁଡ଼ିକର ଜୀବନ ଧାରଣ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ । ବାଲୋହାରୀ ଗ୍ରାମର ତଳିଆ ଅଂଚଳରୁ ବାରମ୍ବାର ଝରଣା ଆସୁଥିବାରୁ ଏହି ଦୁଇଟି ପୋଖରୀରେ ବର୍ଷ ସାରା ପାଣି ରହିଥାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking