18.1 C
Bhubaneswar
Monday, December 22, 2025
Homeଓଡିଶାସରକାରଙ୍କ ଦାଦାଗିରି: ନିଲମ୍ବିତ ବିଧାୟକମାନଙ୍କୁ ରାତି ୨ଟାରେ ବିଧାନସଭାରୁ ବାହାର କରାଗଲା

ସରକାରଙ୍କ ଦାଦାଗିରି: ନିଲମ୍ବିତ ବିଧାୟକମାନଙ୍କୁ ରାତି ୨ଟାରେ ବିଧାନସଭାରୁ ବାହାର କରାଗଲା

ଭୁବନେଶ୍ବର: ବଳିଗଲାଣି ସରକାରଙ୍କ ଦାଦାଗିରି। ବିଧାନସଭାରୁ ନିଲମ୍ବିତ ହୋଇଥିବା ବିଧାୟକମାନଙ୍କୁ ରାତି ୨ଟାରେ ଜୋର ଜବରଦସ୍ତ ବିଧାନସଭାରୁ ବାହାର କରିଦିଆଯାଇଛି। ନିଲମ୍ବିତ ବିଧାୟକମାନେ କଂଗ୍ରେସ ଭବନ ଆଗରେ ଧାରଣା ଦେଇଛନ୍ତି। ଧାରଣାରତ ବିଧାୟକମାନଙ୍କ ମଧ୍ୟରୁ ବିଧାୟକ ତାରା ପ୍ରସାଦ ବାହିନୀପତି ଆସୁସ୍ଥ ହୋଇଛନ୍ତି। ପୂର୍ବରୁ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ହାତ କଟିଥିଲା। ବିଧାନସଭା ଇତିହାସରେ କଳାଫର୍ଦ୍ଦ ସୃଷ୍ଟି ହୋଇଛି। ଗଣତନ୍ତ୍ରକୁ ହତ୍ୟା କରାଯାଇଥିବା କହିଛନ୍ତି କଂଗ୍ରେସ ବିଧାୟକ। ଲୋକଙ୍କ ସ୍ବରକୁ ଅଧିକ ଶାଣିତ କରିବା ଲାଗି କଂଗ୍ରେସ ନିଷ୍ପତ୍ତି ନେଇଛି। ଲୋକଙ୍କ କଥା ଶୁଣିବାକୁ ସରକାର ନାରାଜ ଥିବା କଂଗ୍ରେସ ଅଭିଯୋଗ କରିଛି। ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି, ଲୁଟ, ହତ୍ୟା ବିରୋଧରେ କଂଗ୍ରେସ ଯୁଦ୍ଧଂଦେହୀ ଡାକରା ଦେଇଛି। ସୁନା ଚେନ ଛଡାଇ ନିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ତାରା। ୪୦ରୁ ୫୦ ପୋଲିସ କର୍ମୀ ଲହୁଲୁହାଣ କରି ମାଡ ମାରିଥିବା ଅଭିଯୋଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking