28.1 C
Bhubaneswar
Monday, December 15, 2025
Homeଓଡିଶାମନ୍ତ୍ରୀଙ୍କ କାରକେଡ ଉପରକୁ ଢ଼େଲାମାଡ଼

ମନ୍ତ୍ରୀଙ୍କ କାରକେଡ ଉପରକୁ ଢ଼େଲାମାଡ଼

ବାରିପଦା: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମୟୂରଭଂଜ ଗସ୍ତ ଶେଷ ହେଲା ପରେ କାଳ ବୈଶାଖୀରେ କ୍ଷତିଗ୍ରସ୍ତର ସାମ୍ନା କରିଥିବା ଲୋକମାନେ କାରକେଡ୍ରେ ନିୟୋଜିତ ଥିବା ଗାଡ଼ି ଉପରକୁ ଢ଼େଲାମାଡ଼ ସହିତ ଉତ୍ତେଜନା ସୃଷ୍ଟି କରିଛନ୍ତି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଅଧୀନ ବାଙ୍ଗିରିପୋଷି ଠାରୁ ବିଶୋଇ ଅଭିମୁଖେ ରଜାସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଯାଇ ଫେରିବା ପରେ ତାଙ୍କ କାରକେଡ୍ ଉପରକୁ ପଥରମାଡ଼ ହୋଇଥିବା ସୂଚନା ମିଳିଛି।

ତେବେ ଯେଉଁ ସମୟରେ ଏହି ଉତ୍ତେଜନା ଦେଖାଯାଇଥିଲା, ସେହି ସମୟରେ ମନ୍ତ୍ରୀ ଶ୍ରୀ ପୂଜାରୀ ଗସ୍ତ ଶେଷ କରିସାରିଥିଲେ। ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଆଜି କାଳବୈଶାଖୀ ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। କ୍ଷୟକ୍ଷତି ଆକଳନ କରି ଫେରିଥିଲେ। ମନ୍ତ୍ରୀ କାରକେଡ୍ ମାଧ୍ୟମରେ ହେଲିପେଡରେ ପହଞ୍ଚି ଥିଲେ। ପରେ ସେ ଭୁବନେଶ୍ୱର ଯାଇଥିଲେ। ତେବେ ମନ୍ତ୍ରୀଙ୍କ କାରକେଡରେ ଯାଇଥିବା ଗାଡ଼ି ଫେରିବା ସମୟରେ ଢ଼େଲାମାଡ଼ର ଶିକାର ହୋଇଥିଲା। ଏଥିରେ ଜଣେ କନଷ୍ଟେବଳ ଆହତ ହୋଇଥିବା ସୂଚନା ମିଳିଛି। ଢ଼େଲାମାଡ଼ କିଏ ଓ କେଉଁ ଉଦ୍ଦେଶ୍ୟ ରଖି କରିଛି ତାହା ସ୍ପଷ୍ଟ ହୋଇ ନାହିଁ। ଢେଲାମାଡ଼ରେ ଆହତ କନଷ୍ଟେବଳଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଠିକ୍ ଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking