19.1 C
Bhubaneswar
Sunday, December 21, 2025
Homeଖେଳଆଇପିଏଲ୍ ସୁପର୍ ଓଭର୍ ନିମୟରେ ପରିବର୍ତ୍ତନ

ଆଇପିଏଲ୍ ସୁପର୍ ଓଭର୍ ନିମୟରେ ପରିବର୍ତ୍ତନ

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ୨୦୨୫ ସିଜନ୍ ଆରମ୍ଭ ହୋଇଛି। କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌) ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ମଧ୍ୟରେ ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ମ୍ୟାଚ୍ ପୂର୍ବରୁ ବିସିସିଆଇ ସୁପର୍ ଓଭର୍ ନିୟମରେ କେତେକ ପରିବର୍ତ୍ତନ କରିଛି। ନୂଆ ନିୟମ ଅନୁସାରେ ମ୍ୟାଚ୍ ଟାଇ ହେଲେ ପରିଣାମ ନିର୍ଣ୍ଣିତ ନହେବା ପର୍ଯ୍ୟନ୍ତ ସୁପର ଓଭର୍ ସର୍ବାଧିକ ଏକ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ଏକ ଘଣ୍ଟା ମଧ୍ୟରେ ବିଜେତା ନିର୍ଣ୍ଣିତ ହେବା ପାଇଁ ତେଣିକି ଯେତେ ସୁପର୍ ଓଭର୍ ଖେଳାଯାଇପାରିବ ଅନୁଷ୍ଠିତ ହେବ। ପ୍ରଥମ ସୁପର୍ ଓଭର୍ ମ୍ୟାଚ୍ ଶେଷ ହେବାର ୧୦ ମିନିଟ୍ ମଧ୍ୟରେ ଆରମ୍ଭ ହେବ। ସେହିପରି ଦ୍ୱିତୀୟ ସୁପର୍ ଓଭର୍ ପ୍ରଥମ ଓଭର୍‌ର ୫ ମିନିଟ୍ ପରେ ଖେଳାଯିବ। ବର୍ଷା ସ୍ଥିତିରେ ମ୍ୟାଚ୍ ରେଫରିଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟରେ ଏହାର ଆରମ୍ଭ ହେବ। ପ୍ରତ୍ୟେକ ଟିମ୍‌କୁ ପ୍ରତ୍ୟେକ ସୁପର୍ ଓଭର୍‌ରେ ଗୋଟିଏ ଅସଫଳ ପ୍ଲେୟାର୍ ରିଭ୍ୟୁର ଅନୁମତି ମିଳିବ। ସେହିପରି ଏହି ସୁପର୍ ଓଭର୍‌ରେ ଫିଲ୍ଡିଂ ଟିମ୍‌କୁ ବୋଲିଂ ଏଣ୍ଡ୍ ଚୟନର ସୁଯୋଗ ମିଳିବ।

ଏହା ବ୍ୟତୀତ ମୁଖ୍ୟ ମ୍ୟାଚ୍‌ର ଶେଷ ଓଭର୍ ପାଇଁ ଲାଗୁ ଫିଲ୍ଡିଂ ରେଷ୍ଟ୍ରିକ୍‌ସନ୍ ଅନୁସାରେ ସୁପର୍ ଓଭର୍ ଖେଳାଯିବ। ବିସିସିଆଇ ଅନୁସାରେ ଯଦି ମ୍ୟାଚ୍ ରେଫରି ଭାବିବେ ସୁପର୍ ଓଭର୍ ଏକ ଘଣ୍ଟା ମଧ୍ୟରେ ଶେଷ ହୋଇପାରିବ ନାହିଁ, ତେବେ କେଉଁ ସୁପର୍ ଓଭର୍ ଅନ୍ତିମ ହେବ ତାହା ସେ ଦୁଇ କ୍ୟାପ୍‌ଟେନ୍‌ଙ୍କୁ ସୂଚୀତ କରିବେ। ଯଦି ଅନ୍ତିମ ସୁପର୍ ଓଭର୍‌ରେ ମ୍ୟାଚ୍‌ର ଫଳାଫଳ ନିର୍ଣ୍ଣିତ ହୋଇପାରିବ ନାହିଁ, ତେବେ ଦୁଇ ଟିମ୍ ମଧ୍ୟରେ ପଏଣ୍ଟ୍ ଭାଗ ହେବ। ସାଧାରଣତଃ ସୁପର୍ ଓଭର୍‌ରେ ଦୁଇ ଟିମ୍‌କୁ ୧-୧ ଓଭର୍ ଖେଳିବାକୁ ମିଳିଥାଏ। ଦ୍ୱିତୀୟ ଇନିଂସ୍‌ରେ ବ୍ୟାଟିଂ କରିଥିବା ଟିମ୍ ସୁପର୍ ଓଭର୍‌ରେ ପ୍ରଥମେ ବ୍ୟାଟିଂ କରିଥାଏ। ଏହି ଅବସରରେ ଗୋଟିଏ ଟିମ୍ ପକ୍ଷରୁ ସର୍ବାଧିକ ୩ ଖେଳାଳି ବ୍ୟାଟିଂ କରିଥାନ୍ତି। ମାତ୍ର ଦୁଇଟି ୱିକେଟ୍‌ର ପତନ ପରେ ଇନିଂସ୍ ସମାପ୍ତି ଘଟିଥାଏ। ଯଦି ସୁପର୍ ଓଭର୍ ଟାଇ ହୁଏ, ତେବେ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଟିମ୍ ଦ୍ୱିତୀୟ ସୁପର୍ ଓଭର୍‌ରେ ପ୍ରଥମେ ବ୍ୟାଟିଂ କରିଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking