29.1 C
Bhubaneswar
Saturday, February 7, 2026
Homeଓଡିଶାଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଶନିବାର ଲୋକସଭା ଭବନରେ ଦୁଇ ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ଏହି ଭେଟଘାଟ। ତେବେ ଏହି ସାକ୍ଷାତକାର ସୌଜନ୍ୟମୂଳକ ଥିଲେ ହେଁ ବେଶ ଗୁତୃତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ମହାନଦୀକୁ ଜଳକୁ ନେଇ ଆଲୋଚନା ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଦୁଇ ରାଜ୍ୟ ଭିତରେ ଥିବା ଉକ୍ତ ବିବାଦ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି ଉଭୟ ନେତା ସମ୍ମତି ପ୍ରଦାନ କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ରାଜସ୍ଥାନର ଦୁଇ ସାଂସଦ, ଚନ୍ଦ୍ର ପ୍ରକାଶ ଯୋଶୀ ଏବଂ ସୁଧୀର ଗୁପ୍ତା ମଧ୍ଯ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଲୋକସେବା ଭବନରେ ଭେଟିଛନ୍ତି । ଗତକାଲି ଅର୍ଥାତ ଶୁକ୍ରବାର ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସଇନି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ଭେଟଘାଟ ବେଳେ ହରିୟାଣା ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ ମହିପଲ୍ ଧଣ୍ଡା ଉପସ୍ଥିତ ଥିଲେ । ଏହି ସମସ୍ତ ନେତା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ବର୍ଗତ ପିତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତି ସଭାରେ ଯୋଗ ଦେବା ଉଦେଶ୍ୟରେ ଓଡ଼ିଶା ଆସିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking