22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶ୮୬ ବର୍ଷୀୟା ବୃଦ୍ଧାଙ୍କ ଠାରୁ ଲୁଟିନେଲେ ୨୦ କୋଟି

୮୬ ବର୍ଷୀୟା ବୃଦ୍ଧାଙ୍କ ଠାରୁ ଲୁଟିନେଲେ ୨୦ କୋଟି

ମୁମ୍ବାଇ: ମୁମ୍ବାଇରେ ସାଇବର ଠକମାନେ ଜଣେ ୮୬ ବର୍ଷୀୟା ବୃଦ୍ଧାଙ୍କୁ ଫସାଇ ତାଙ୍କ ଠାରୁ ପ୍ରାୟ ୨୦ କୋଟି ଟଙ୍କା ଠକି ନେଇଛନ୍ତି। ମୁମ୍ବାଇ ପୁଲିସ୍ ରିପୋର୍ଟ ଅନୁସାରେ ସାଇବର ଠକମାନେ ଦୀର୍ଘ ୨ ମାସ ଧରି ବୃଦ୍ଧାଙ୍କୁ ଡିଜିଟାଲ୍ ଆରେଷ୍ଟ କରି ରଖିଥିଲେ। ଏହି ସମୟରେ ସେମାନେ ବୃଦ୍ଧାଙ୍କୁ ଫୋନ୍ କରି ବିଭିନ୍ନ ଧମକ ଦେବା ସହିତ ପିଲାମାନଙ୍କୁ ଗିରଫ କରିବାର ଭୟ ଦେଖାଇଥିଲେ। କଲ କରିଥିବା ଜଣେ ବ୍ୟକ୍ତି ନିଜକୁ ସନ୍ଦୀପ ରାଓ ଏବଂ ସେ ଜଣେ ସିବିଆଇ ଅଧିକାରୀ ବୋଲି ପରିଚୟ ଦେଇଥିଲା।

ବୃଦ୍ଧାଙ୍କ ଏକ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ବେଆଇନ କାର୍ଯ୍ୟକଳାପ ପାଇଁ ଟଙ୍କା ନେଣଦେଣ ହୋଇଥିବା ସେ କହିବା ସହିତ ତାଙ୍କୁ ଏବଂ ତାଙ୍କ ପିଲାମାନଙ୍କୁ ଗିରଫ କରିବାର ୱାରେଣ୍ଟ ରହିଥିବା କହିଥିଲେ। ଏହିପ୍ରକାରେ ସେମାନେ ବୃଦ୍ଧାଙ୍କୁ ଧମକଚମକ ଦେଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୨୦ କୋଟି ଟଙ୍କା ଠକି ନେଇଥିଲେ। ତେବେ ଏସବୁ ଘଟଣା ଯୋଗୁ ବୃଦ୍ଧାଙ୍କ ଆଚରଣରେ ପରିବର୍ତ୍ତନ ଆସିଥିଲା ଯାହାକୁ ଘରେ କାମ କରୁଥିବା ଜଣେ ଚାକରାଣୀ ଭଲଭାବେ ବୁଝିପାରି ଦୂରରେ ରହୁଥିବା ବୃଦ୍ଧାଙ୍କ ଝିଅଙ୍କୁ ଜଣାଇଥିଲା। ଝିଅ ଯେତେବେଳେ ମା’ଙ୍କୁ ଏସବୁ ସମ୍ପର୍କରେ ପଚାରିଲେ ସେତେବେଳେ ସବୁକିଛି ସାମ୍ନାକୁ ଆସିଥିଲା। ଏନେଇ ବୃଦ୍ଧା ଏବଂ ତାଙ୍କ ପିଲାମାନେ ପୁଲିସ୍ ଷ୍ଟେସନ୍‌ରେ ଅଭିଯୋଗ କରିଥିଲେ। ପୁଲିସ ଉକ୍ତ ମୋବାଇଲ ନମ୍ବର ଟ୍ରାକ୍ କରି ଶୟନ ଶେଖ୍ ଏବଂ ରାଜିକ୍ ଭଟ୍ଟ ନାମକ ୨୦ ବର୍ଷୀୟ ଦୁଇ ଯୁବକଙ୍କୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking