34.1 C
Bhubaneswar
Sunday, April 26, 2026
Homeଦେଶ ବିଦେଶଭାରତ ସରକାରଙ୍କ ବିରୋଧରେ ମାମଲା ରୁଜ୍ଜୁ କଲା ‘ଏକ୍ସ’

ଭାରତ ସରକାରଙ୍କ ବିରୋଧରେ ମାମଲା ରୁଜ୍ଜୁ କଲା ‘ଏକ୍ସ’

ବେଙ୍ଗାଲୁର: ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ କମ୍ପାନୀ ‘ଏକ୍ସ’ କର୍ପୋରେସନ କର୍ଣ୍ଣାଟକ ହାଇକୋର୍ଟରେ ଭାରତ ସରକାରଙ୍କ ବିରୁଦ୍ଧରେ ଏକ ପିଟିସନ ଦାଖଲ କରିଛି। କମ୍ପାନୀ ପକ୍ଷରୁ ଭାରତ ସରକାରଙ୍କ ଆଇଟି ଆଇନର ଧାରା ୭୯(୩)(ଖ) ଉପରେ ପ୍ରଶ୍ନ ଉଠାଯାଇଛି। କମ୍ପାନୀ ଦର୍ଶାଇଛି ଯେ, ଭାରତ ସରକାରଙ୍କ ଏହି ନିୟମ ଏକ ବେଆଇନ ଏବଂ ଅନିୟମିତ ସେନ୍ସରସିପ୍ ସିଷ୍ଟମ ସୃଷ୍ଟି କରେ, ଯାହା ଅଧୀନରେ ବିଷୟବସ୍ତୁକୁ ଅବରୋଧ କରିବା ଦ୍ୱାରା ଏକ୍ସର କାର୍ଯ୍ୟ ପ୍ରଭାବିତ ହେଉଛି। ସୁତରାଂ ଭାରତ ସରକାର କଣ୍ଟେଣ୍ଟକୁ ହଟାଇବା ପାଇଁ ଲିଖିତ ଭାବରେ କାରଣ ଦେବା ଆବଶ୍ୟକ ଏବଂ ନିଷ୍ପତ୍ତି ନେବା ପୂର୍ବରୁ ଏକ ଉପଯୁକ୍ତ ଶୁଣାଣି ବ୍ୟବସ୍ଥା କରାଯିବା ଉଚିତ୍‌। ଏହାକୁ ଆଇନଗତ ଭାବରେ ଚ୍ୟାଲେଞ୍ଜ କରିବାର ଅଧିକାର ମଧ୍ୟ ରହିବା ଉଚିତ୍‌। କିନ୍ତୁ ଭାରତ ସରକାର ଏହି ନିୟମଗୁଡ଼ିକ ମଧ୍ୟରୁ କୌଣସିଟି ବ୍ୟବହାର କରିନାହାଁନ୍ତି ବୋଲି କମ୍ପାନୀ ନିଜ ଆବେଦନରେ ଦର୍ଶାଇଛି। ପ୍ରକାଶ, ଭାରତ ସରକାରଙ୍କ ସୂଚନା ପ୍ରଯୁକ୍ତି ଆଇନର ଧାରା ୭୯(୩)(ଖ)ରେ ବର୍ଣ୍ଣନା କରାଯାଇଛି ଯେ କେଉଁ ପରିସ୍ଥିତିରେ ସରକାରଙ୍କର ଇଣ୍ଟରନେଟ୍ କଣ୍ଟେଣ୍ଟକୁ ଅବରୋଧ କରିବାର ଅଧିକାର ଅଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking