18.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଏପ୍ରିଲ ୧ରୁ ୟୁନିଫାଏଡ୍ ପେନସନ ସ୍କିମ୍‌

ଏପ୍ରିଲ ୧ରୁ ୟୁନିଫାଏଡ୍ ପେନସନ ସ୍କିମ୍‌

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧ରୁ ଲାଗୁ ହେବ ୟୁନିଫାଏଡ୍ ପେନସନ ସ୍କିମ୍ (ୟୁପିଏସ୍‌)। ଏ ନେଇ ପେନ୍‌ସନ୍ ଫଣ୍ଡ୍ ରେଗୁଲେଟରି ଡେଭଲପମେଣ୍ଟ ଅଥରିଟି (ପିଏଫ୍‌ଆର୍‌ଡିଏ) ଗୁରୁବାର ଏକ ବିଜ୍ଞପ୍ତି ଜାରି କରିଛି। ଏଥିରେ ଆଗାମୀ ଆର୍ôଥକ ବର୍ଷ ଅର୍ଥାତ୍ ୧ ଏପ୍ରିଲ୍ ୨୦୨୫ରୁ, ଏହି ଯୋଜନାକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯିବା ନେଇ ଉଲ୍ଲେଖ କରାଯାଇଛି। ଏହି ପେନସନ ଯୋଜନାର ଉଦ୍ଦେଶ୍ୟ ହେଉଛି ସରକାରୀ କର୍ମଚାରୀମାନଙ୍କୁ ସ୍ଥିର ପେନସନ ସୁରକ୍ଷା ପ୍ରଦାନ କରିବା। ଏହି ଯୋଜନା ଜାତୀୟ ପେନସନ ଯୋଜନା ଅଧୀନରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଡିଜାଇନ୍ କରାଯାଇଛି। ଗତ ବର୍ଷ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ନୂତନ ଏକୀକୃତ ପେନସନ ଯୋଜନା (ୟୁପିଏସ୍‌) ଘୋଷଣା କରିଥିଲେ। ଗୁରୁବାର ଏହି ପରିପ୍ରେକ୍ଷୀରେ ପିଏଫଆରଡିଏ ଏକ ବିଜ୍ଞପ୍ତି ଜାରି କରିଛି। ଏହି ଯୋଜନା ଅନୁଯାୟୀ, ୨୫ ବର୍ଷ ଚାକିରି ପୂରଣ କରୁଥିବା କର୍ମଚାରୀମାନଙ୍କୁ ସେମାନଙ୍କର ଶେଷ ୧୨ ମାସର ଦରମାର ହାରାହାରି ୫୦ ପ୍ରତିଶତ ପର୍ଯ୍ୟନ୍ତ ପେନସନ ଗ୍ୟାରେଣ୍ଟି ମିଳିଥାଏ। କେବଳ ଏତିକି ନୁହେଁ, ଯଦି କୌଣସି କର୍ମଚାରୀ ୧୦ ବର୍ଷରୁ ଅଧିକ ସମୟ ପାଇଁ ଚାକିରି କରିଛନ୍ତି, ତେବେ ତାଙ୍କୁ ପ୍ରତି ମାସରେ ଅତି କମରେ ୧୦ ହଜାର ଟଙ୍କା ପେନସନ ମଧ୍ୟ ଦିଆଯିବ। ଏହା ବ୍ୟତୀତ ଯଦି କୌଣସି କର୍ମଚାରୀଙ୍କ ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଶେଷ ପେନସନ ରାଶିର ୬୦ ପ୍ରତିଶତ ପେନସନ ଭାବେ ପ୍ରଦାନ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking