25.1 C
Bhubaneswar
Tuesday, September 29, 2026
Homeଓଡିଶାଅପ୍ରେଲ୍ ୧ରୁ ଭୁବନେଶ୍ୱରରୁ ଗୋଆକୁ ଉଡ଼ିବ ବିମାନ

ଅପ୍ରେଲ୍ ୧ରୁ ଭୁବନେଶ୍ୱରରୁ ଗୋଆକୁ ଉଡ଼ିବ ବିମାନ

ଭୁବନେଶ୍ୱର: ବିମାନ ସେବା କ୍ଷେତ୍ରରେ ଓଡ଼ିଶା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି। ଆସନ୍ତା ଅପ୍ରେଲ୍ ୧ ତାରିଖ ଠାରୁ ଉତ୍କଳ ଦିବସ ଅବସରରେ ଓଡ଼ିଶାରୁ ଗୋଆକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବାକୁ ଯାଉଛି। ଭୁବନେଶ୍ୱରରୁ ଗୋଆକୁ ବିମାନ ସଂଯୋଗୀକରଣ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି। ରାଜ୍ୟ ସରକାରଙ୍କ ନ୍ୟୁ ଡେଷ୍ଟିନେସନ୍ ପଲିସି ଅନୁଯାୟୀ ଭୁବନେଶ୍ୱରରୁ ଗୋଆକୁ ବିମାନ ଚଳାଚଳ କରିବ। ଆସନ୍ତା ଅପ୍ରେଲ୍ ୧ ତାରିଖ ଠାରୁ ଭୁବନେଶ୍ୱରରୁ ଗୋଆକୁ ପ୍ରତି ମଙ୍ଗଳବାର, ବୁଧବାର, ଗୁରୁବାର ଓ ଶନିବାର ଦିନ ବିମାନ ଚଳାଚଳ କରିବ। ଘରୋଇ ବିମାନ କଂପାନି ‘ଇଣ୍ଡିଗୋ’ରେ ଭୁବନେଶ୍ୱରରୁ ବିମାନଯାତ୍ରୀମାନେ ଗୋଆ ଯାଇପାରିବେ। ପୁଣି ଯାତ୍ରମାନେ ଚାହିଁଲେ ଗୋଆରୁ ଇଣ୍ଡିଗୋର ବିମାନରେ ଭୁବନେଶ୍ୱର ଫେରିପାରିବେ। ୨୦୨୫ ଅପ୍ରେଲ୍ ୧ ତାରିଖ ଠାରୁ ଓଡ଼ିଶାରୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବାକୁ ଯାଉଛି। ଭୁବନେଶ୍ୱରରୁ ଗୋଆକୁ ବିମାନ ସଂଯୋଗୀକରଣ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking