20.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶରାଜ୍ୟସଭାରେ ସୋନିଆଙ୍କ ଦାବି; ମନରେଗାରେ ବୃଦ୍ଧି ହେଉ ସର୍ବନିମ୍ନ ମଜୁରୀ

ରାଜ୍ୟସଭାରେ ସୋନିଆଙ୍କ ଦାବି; ମନରେଗାରେ ବୃଦ୍ଧି ହେଉ ସର୍ବନିମ୍ନ ମଜୁରୀ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଙ୍ଗଳବାର ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (ମନରେଗା)କୁ ଯୋଜନାବଦ୍ଧ ଭାବରେ ଦୁର୍ବଳ କରୁଥିବା ଅଭିଯୋଗ କରିଛନ୍ତି। ଏହି ସମୟରେ, ସେ ଏହି ଆଇନ ଅନୁଯାୟୀ ଦୈନିକ ସର୍ବନିମ୍ନ ମଜୁରୀ ୪୦୦ ଟଙ୍କାକୁ ବୃଦ୍ଧି, କାର୍ଯ୍ୟ ଦିବସ ସଂଖ୍ୟା ୧୦୦ରୁ ୧୫୦କୁ ବୃଦ୍ଧି କରିବାକୁ, ମଜୁରୀ ରାଶି ସମୟ ମଧ୍ୟରେ ପ୍ରଦାନ କରାଯିବା ଏବଂ ଏହି ଆଇନ୍‌ରେ ବାଧ୍ୟତାମୂଳକ ଭାବେ ଥିବା ଏବିପିଏସ୍ ଏବଂ ଏନ୍‌ଏମ୍‌ଏମ୍‌ଏସ୍‌ର ଆବଶ୍ୟକତାକୁ ହଟାଇ ଦିଆଯାଉ ବୋଲି ଦାବି କରିଛନ୍ତି।

ରାଜ୍ୟସଭାରେ ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ସୋନିଆ ଗାନ୍ଧୀ ଦାବି କରିଛନ୍ତି ଯେ, ଆଇନକୁ ଜାରି ରଖିବା ସହିତ ଏହାକୁ ବିସ୍ତାର କରିବା ପାଇଁ ପର୍ଯ୍ୟାପ୍ତ ଆର୍ôଥକ ବ୍ୟବସ୍ଥା କରାଯାଉ। ସେ କହିଥିଲେ ଯେ ଏହି ‘ଐତିହାସିକ ଆଇନ’ ଲକ୍ଷ ଲକ୍ଷ ଗ୍ରାମୀଣ ଗରିବଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ହୋଇଛି। ସେ କହିଥିଲେ, ‘ତଥାପି, ଏହା ଗଭୀର ଚିନ୍ତାର ବିଷୟ ଯେ ବର୍ତ୍ତମାନର ଭାଜପା ସରକାର ଏହାକୁ ରୀତିମତ ଭାବରେ ଦୁର୍ବଳ କରିଦେଇଛି।’ ଏଥିପାଇଁ ବଜେଟ୍ ଆବଣ୍ଟନ ୮୬ ହଜାର କୋଟି ଟଙ୍କାରେ ସ୍ଥିର ରହିଛି, ଯାହା ଏଊଚର ପ୍ରତିଶତ ଭାବରେ ୧୦ ବର୍ଷ ମଧ୍ୟରେ ସର୍ବନିମ୍ନ। ସୋନିଆଙ୍କ କହିବାନୁସାରେ ଏହି ଆଇନ ଆଧାର ଆଧାରିତ ପେମେଣ୍ଟ ସିଷ୍ଟମ (ଏବିପିଏସ୍‌) ଏବଂ ଜାତୀୟ ମୋବାଇଲ ନିରୀକ୍ଷଣ ସିଷ୍ଟମ ସମେତ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ମଜୁରୀ ପ୍ରଦାନ ଏବଂ ମଜୁରୀ ହାରରେ ବାରମ୍ବାର ବିଳମ୍ବ ମୁଦ୍ରାସ୍ଫୀତିକୁ ପୂରଣ କରିବା ପାଇଁ ଯଥେଷ୍ଟ ନୁହେଁ। ସୁତରାଂ ଏହି ଯୋଜନାକୁ ଜାରି ରଖିବା ଏବଂ ବିସ୍ତାର କରିବା ପାଇଁ ପର୍ଯ୍ୟାପ୍ତ ଆର୍ôଥକ ବ୍ୟବସ୍ଥା କରାଯାଉ। ମନରେଗା ମର୍ଯ୍ୟାଦାପୂର୍ଣ୍ଣ ନିଯୁକ୍ତି ଏବଂ ଆର୍ôଥକ ସୁରକ୍ଷା ପ୍ରଦାନ କରିବା ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପଗୁଡ଼ିକ ଆବଶ୍ୟକ ବୋଲି ସୋନିଆ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking