24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଡଙ୍ଗା ବୁଡ଼ି ଛଅ ଜଣଙ୍କ ମୃତଦେହ ଉଦ୍ଧାର

ଡଙ୍ଗା ବୁଡ଼ି ଛଅ ଜଣଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାର ମାତାଟିଲା ଡ୍ୟାମରେ ଡଙ୍ଗା ବୁଡ଼ିଯିବାରୁ ବୁଡ଼ି ଯାଇଥିବା ତିନି ଶିଶୁଙ୍କ ସମେତ ଛଅ ଜଣଙ୍କ ମୃତଦେହ ବୁଧବାର କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି। ଜଣେ କିଶୋରୀଙ୍କୁ ଖୋଜା ଚାଲିଛି ବୋଲି ପୋଲିସ କହିଛି। ପୋଲିସ ଅଧିକାରୀମାନେ କହିଛନ୍ତି ଯେ ମଙ୍ଗଳବାର ସନ୍ଧ୍ୟାରେ ଡଙ୍ଗାଟି ୧୫ ଜଣଙ୍କୁ ନେଇ ଖାନିଆଧାନ ଥାନା ସୀମା ଅନ୍ତର୍ଗତ ମାତାଟିଲା ଡ୍ୟାମର ଦ୍ୱୀପରେ ଅବସ୍ଥିତ ଏକ ମନ୍ଦିରକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା।

ଗ୍ରାମବାସୀଙ୍କ ସହାୟତାରେ ଆଠ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ଅନ୍ୟ ସାତ ଜଣ ପାଣିରେ ନିଖୋଜ ହୋଇଯାଇଛନ୍ତି ବୋଲି ସେମାନେ କହିଛନ୍ତି।ପ୍ରଶାନ୍ତ ଶର୍ମା କହିଛନ୍ତି ଯେ ସାରା ରାତି ଉଦ୍ଧାର କାର‌୍ୟ୍ୟ କରାଯାଇଥିଲା ଏବଂ ବୁଧବାର ଅପରାହ୍ନ ପର‌୍ୟ୍ୟନ୍ତ ଛଅ ଜଣ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଶିବପୁରୀ ଜିଲ୍ଲା କଲେକ୍ଟର ରବିନ୍ଦ୍ର କୁମାର ଚୌଧୁରୀ କହିଛନ୍ତି ଯେ ରାତିରେ ଉଦ୍ଧାରକାରୀମାନେ ପୀଡିତମାନଙ୍କୁ ଖୋଜିବା ପାଇଁ ପ୍ରୟାସ କରିଥିଲେ, କିନ୍ତୁ ବୁଧବାର ମୃତଦେହ ଉଦ୍ଧାର କରାଯାଇଥିଲା। ସେ କହିଛନ୍ତି ଯେ ଯେଉଁମାନେ ଆଠ ଜଣଙ୍କୁ ଉଦ୍ଧାର କରିଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବ। ମଙ୍ଗଳବାର ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking