25.1 C
Bhubaneswar
Saturday, March 21, 2026
Homeଓଡିଶାଜମି ଜବର ଦଖଲ ନେଇ ଗ୍ରାମରେ ଉତ୍ତେଜନା

ଜମି ଜବର ଦଖଲ ନେଇ ଗ୍ରାମରେ ଉତ୍ତେଜନା

ଯାଜପୁର: ଯାଜପୁର ଜିଲ୍ଲାର ଦାନଗଦୀ ବ୍ଲକର ମଙ୍ଗଳପୁର ପଞ୍ଚୟାତ ଅନ୍ତର୍ଗତ ନୂଆଗାଁ ଗ୍ରାମର ଗ୍ରାମଦେବତୀ ମା ଖଣ୍ଡୁରାଇଙ୍କ ଜମି ଜବର ଦଖଲକୁ ଉଦ୍ୟମ କରୁଥିବା କିଛି ଜମି ଦଲାଲଙ୍କ କାର୍ଯ୍ୟକୁ ଗ୍ରାମବାସୀ ମାନେ ଘୋର ବିରୋଧ ସହ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ହେଲା ଗ୍ରାମ ଦେବତୀଙ୍କର ପାଞ୍ଚ ଏକର ଜାଗା କେଉଁ କାଳରୁ ଅଛି, ଗ୍ରାମଦେବତୀ ଙ୍କ ପାଖରେ ହନୁମାନଙ୍କ ପୀଠ, ଶନିଙ୍କର ପୀଠ ଅଛି, ଖାଲି ଥିବା ଜାଗାର ବିଭିନ୍ନ କିସମର ଏକାଧିକ ଗଛ ଥିଲା।କଳିଙ୍ଗନଗର ଶିଳ୍ପ ନଗରୀ ହେବାରୁ କିଛି ଜମି ଦଲାଲ ଶିଳ୍ପାଞ୍ଚଳ ଚାରିପାଖରେ ଥିବା ସବୁ ପଂଚାୟତମାନଙ୍କର ଅଳ୍ପ କିଛି ପଟ୍ଟା ସ୍ଥିତିବାନ ଜାଗା କିଣି ଉକ୍ତ ଜମି କୁ ଲାଗିକି ରହିଥିବା ଏକର ଏକର ଗୋଚର, ଅନାବାଦୀ ଜମିକୁ ଜୋର ଜବରଦସ୍ତ ଦଖଲ କରୁଛନ୍ତି।ସେହିପରି ନୂଆଗାଁର ଅଳ୍ପ କିଛି ସ୍ଥିତିବାନ ଜାଗା କିଣି ତା ପାଖକୁ ଲାଗିଥିବା ଗୋଚର ଠାକୁରାଣୀଙ୍କର ଏକ ଏକର ରୁ ଉର୍ଦ୍ଧ ଜାଗାକୁ ଜଣେ ଜମି ଦଲାଲ ମାଡିବସି ସେ ଜାଗାର ଥିବା ବହୁ ବଡ଼ ବଡ଼ ବୃକ୍ଷ କାଟିବା ସହ ସେ ସ୍ଥାନର କାରଖାନାର ବର୍ଜ୍ୟ ପାଉଁଶ ଗଦା କରିଛି, ବେଆଇନ ଭାବେ କିପରି ସେ ଏତେ ବୃକ୍ଷ କାଟିଲା, ଗାଁ ଭିତରେ କିପରି ବର୍ଜ୍ୟ ପାଉଁଶ ଗୁଣ୍ଡ ପକାଇଲା ତାକୁ ବିରୋଧ କରି ଗ୍ରାମବାସୀ ମାନେ ଏକତ୍ରିତ ହୋଇ ବନ ବିଭାଗ ଓ ତହସିଲ ଅଫିସର ଅଭିଯୋଗ କରିବା ସହ କାମ ବନ୍ଦ କରିଛନ୍ତି। ଯଦି ଜୋର ଜବରଦସ୍ତ ଜମି ମାଫିଆ ଏପରି ବେଆଇନ କାମ କରେ ପ୍ରଶାସନ କିଛି ପଦେକ୍ଷପ ନ ନିଏ ତାହେଲେ ଆଗକୁ ତହସିଲ ଅଫିସ ସମ୍ମୁଖର ନୂଆଗାଁ ଗ୍ରାମବାସୀ ବିଷ୍ଣୁ ନାଟିଆ, ରବୀନ୍ଦ୍ର ବେହେରା, ତ୍ରିଲୋଚନ ବେହେରା, କୃପାସିନ୍ଧୁ ସେଠୀ, ମେଙ୍କ ମଲ୍ଲିକ, ବଂଶୀଧର ସେଠୀ, ଚେମା ମଲ୍ଲିକ, କାଠିଆ ସେଠୀ ପ୍ରମୁଖ ଧାରଣାର ବସିବେ ବୋଲି ଚେତାବନୀ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking