23.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶଟ୍ରେନ୍ ହାଇଜାକ୍ ପରେ ବେଲୁଚିସ୍ତାନରେ ପାକ୍ ସେନା ଗାଡ଼ି ଉପରେ ଆକ୍ରମଣ

ଟ୍ରେନ୍ ହାଇଜାକ୍ ପରେ ବେଲୁଚିସ୍ତାନରେ ପାକ୍ ସେନା ଗାଡ଼ି ଉପରେ ଆକ୍ରମଣ

ପାକିସ୍ତାନ: ବେଲୁଚିସ୍ତାନରେ ଟ୍ରେନ୍ ହାଇଜାକ୍ ପରେ, ଏବେ ପାକିସ୍ତାନୀ ସେନା କନଭୟ ଉପରେ ଆକ୍ରମଣ ହୋଇଛି। ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଏହି ଆକ୍ରମଣର ଦାୟିତ୍ୱ ନେଇଛି ଏବଂ ଦାବି କରିଛି ଯେ ଏହି ଆକ୍ରମଣରେ ୯୦ ଜଣ ପାକିସ୍ତାନୀ ସେନା ସୈନିକ ନିହତ ହୋଇଛନ୍ତି। ଖବର ଅନୁଯାୟୀ, ନୋଶକିରେ ପାକିସ୍ତାନୀ ସେନାର କାନଭୟ ଉପରେ ଆକ୍ରମଣ କରାଯାଇଥିଲା। ସ୍ଥାନୀୟ ସୂତ୍ର ଅନୁଯାୟୀ, ଆର୍ସିଡି ହାଇୱେରେ ସେନା କାନଭୟ ଉପରେ ଆକ୍ରମଣ ହୋଇଥିଲା। ଏଠାରେ ସିରିଜ ବିସ୍ଫୋରଣ ହୋଇଥିଲା ଏବଂ ତା’ପରେ ପ୍ରବଳ ଗୁଳିଚାଳନା ହୋଇଥିଲା। ଆକ୍ରମଣ ପରେ, ଯେତେବେଳେ ଡାକ୍ତରଖାନାଗୁଡ଼ିକରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା, ଅନେକ ଆମ୍ବୁଲାନ୍ସ ଏବଂ ସୁରକ୍ଷା ବାହିନୀ ଘଟଣାସ୍ଥଳକୁ ଧାଇଁ ଆସୁଥିବା ଦେଖାଯାଇଥିଲା ।

ପାକିସ୍ତାନ ସେନା କନଭୟ ଉପରେ ଆକ୍ରମଣର ଦାୟିତ୍ୱ ନେଇ ବିଏଲଏ ମୁଖପାତ୍ର ଜେୟାନ ବାଲୋଚ୍ କହିଛନ୍ତି, “କିଛି ଘଣ୍ଟା ପୂର୍ବରୁ ନୋସ୍କିର ଆରସିଡି ହାଇୱେର ରାସଖାନ ମିଲ୍ ନିକଟରେ ବିଏଲଏର ଆତ୍ମଘାତୀ ଶାଖା ମାଜିଦ୍ ବ୍ରିଗେଡ୍ ପାକିସ୍ତାନ ସେନା କନଭୟକୁ ଟାର୍ଗେଟ କରିଥିଲା। ଏହି କାଫଲାରେ ଆଠଟି ବସ୍ ଥିଲା, ଯେଉଁଥିରୁ ଗୋଟିଏ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏହି ଆକ୍ରମଣରେ ୯୦ ଜଣ ପାକିସ୍ତାନୀ ସେନା ସୈନିକଙ୍କ ମୃତ୍ୟୁ ହୋଇଥିବା ବିଏଲଏ ଦାବି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking