ନବରଙ୍ଗପୁର: ଅନ୍ୟ ଜାତିରେ ବିବାହ ପରେ ଜାତିରୁ ବାସନ୍ଦ କରିଛନ୍ତି ସାହି ଭାଇ । ଅନ୍ୟ ଜାତିରେ ବିବାହ କରିବା ପ୍ରଦୀପ ମାଝୀଙ୍କୁ ମହଙ୍ଗା ପଡିଛି । ପ୍ରଦୀପ ଓ ତାଙ୍କ ପରିବାରଙ୍କୁ ନିଜ ଜାତି ସମାଜିକ ବାସନ୍ଦ କରିଛି । ୧୨ ବର୍ଷ ପାଇଁ ନିଜ ଜାତି ର ସମାଜିକ ବାସନ୍ଦ ହୋଇଛନ୍ତି ନବରଙ୍ଗପୁର ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝୀ । ଆଦିବାସୀ ଭାତରା ସମାଜର କେନ୍ଦ୍ରୀୟ କମିଟିର ବୈଠକ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଧାମନାଗୁଡା ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝୀଙ୍କ ବିବାହ କୁ ନେଇ ଆଲୋଚନା ହୋଇଥିଲା । ନିଜ ଜାତି ଛାଡି ଅନ୍ୟ ଜାତି ରେ ବିବାହ କରିଥିବା ରୁ ପ୍ରଦୀପ ମାଝୀଙ୍କ ସମେତ ତାଙ୍କ ପରିବାରର ଅନ୍ୟ ସମସ୍ତ ସଦସ୍ୟକୁ ୧୨ ବର୍ଷ ପାଇଁ ଜାତିରୁ ସାମାଜିକ ବାସନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଗତ ୧୨ ତାରିଖ ଦିନ ଗୋଆର ପଞ୍ଜିମ କେଡିନା ହାଉସରେ କେନ୍ଦ୍ରାପଡା ଜିଲ୍ଲାର ସୁଶ୍ରୀ ସଙ୍ଗିତା ସାହୁଙ୍କ ସହିତ ବିବାହ ସମ୍ପନ୍ନ ହୋଇଛି ।