ଭୁବନେଶ୍ୱର : କ୍ଷମା ମାଗିବାକୁ ପ୍ରସ୍ତୁତ ଅଛି କହିଲେ ତାରା ବାହିନୀପତି । କ୍ଷମା ମାଗିବା ନେଇ ତାରା ବାହିନୀପତି ପାଲଟା ସର୍ତ୍ତ ରଖିଛନ୍ତି । କହିଛନ୍ତି , ପ୍ରଥମେ ମହିଳାଙ୍କ ସୁରକ୍ଷା ନେଇ ହାଉସ କମିଟି ଗଠନ ହେଉ ା ମହିଳା ନିଯ୍ୟାତନା ନେଇ ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ କହିଛନ୍ତି ତାରା । ଅନ୍ୟପଟେ ତାରା ବାହିନୀପତିଙ୍କ ନିଲମ୍ବନ ପ୍ରସଙ୍ଗରେ ପ୍ରତ୍ୟାହାର ପାଇଁ ସର୍ତ୍ତ ରଖିଥିଲେ ବାଚସ୍ପତି ସୁରମା ପାଢୀ । କହିଛନ୍ତି ତାରା କ୍ଷମା ପ୍ରାର୍ଥନା କଲେ ହଟିବ ନିଲମ୍ବନ । ଏପଟେ କ୍ଷମା ମାଗିବେନି କହିଲେ କଂଗ୍ରେସ ବିଧାୟକ । ସୂଚନା ଅନୁସାରେ ଗୃହରେ ହଙ୍ଗାମା , ହୋହଲ୍ଲା କରିବାରୁ ୭ ଦିନ ଯାଏଁ ତାରା ପ୍ରସାଦ ବାହିନୀ ପତିଙ୍କୁ ନିଲମ୍ବନ କରାଯାଇଥିଲା ।