18.1 C
Bhubaneswar
Thursday, February 12, 2026
Homeଓଡିଶାଆସନ୍ତାକାଲି ବିଧାନସଭା କାର୍ଯ୍ୟକ୍ରମରେ ଭାଗ ନେବନି କଂଗ୍ରେସ

ଆସନ୍ତାକାଲି ବିଧାନସଭା କାର୍ଯ୍ୟକ୍ରମରେ ଭାଗ ନେବନି କଂଗ୍ରେସ

ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭା କାର୍ଯ୍ୟକ୍ରମରେ ଭାଗ ନେବନି କଂଗ୍ରେସ । ଏ ନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଦାସ। ଆସନ୍ତାକାଲି ବିଧାନସଭା ବୟକଟ କରିବ କଂଗ୍ରେସ । କଂଗ୍ରେସ ଜରୁରୀ ବୈଠକ କରିବ ବୋଲି କହିଳେ ଭକ୍ତ ଦାସ। ତାରା ବାହିନୀପତିଙ୍କୁ ଗୃହରୁ ସସପେଣ୍ଡ ନେଇ କଂଗ୍ରେସ ଆଜି ରାତିସାରା ଧାରଣାରେ ବସିବାର ଥିଲା କିନ୍ତୁ ଭକ୍ତଦାସଙ୍କୁ ଅନୁରୋଧ କ୍ରମେ ବିଧାୟକମାନେ ଧାରଣାରୁ ଓହରିଥିଲେ।

ସୂଚନାଯୋଗ୍ୟ, ଆଜି ତାରା ବାହିନୀପତି ୭ ଦିନ ପାଇଁ ଗୃହରୁ ନିଲମ୍ବିତ ହୋଇଛନ୍ତି । ତାରାଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି । ଗତକାଲି ବିଧାନସଭାରେ ବାଚସ୍ପତିଙ୍କ ପୋଡ଼ିୟମ ମାଇକ୍ ଭାଙ୍ଗିଥିଲେ ତାରା । ଆଜି ମଧ୍ୟ ଗୃହରେ ହଙ୍ଗାମା କରିଥିଲେ ତାରା ବାହିନୀପତି । ବିଧାନସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିବାବେଳେ ଦୁଇ ବିଧାୟକ ଜୟନାରାୟଣ ମିଶ୍ର ଏବଂ ତାରା ବାହିନୀପତିଙ୍କ ମଧ୍ୟ ହାତାହାତି ପରିସ୍ଥିତି ଉପୁଜିଥିଲା। ପ୍ରବଳ ହଙ୍ଗାମା ଯୋଗୁଁ ଗୃହ ଚାଲିପାରିନଥିଲା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଦଳ କଂଗ୍ରେସ ଓ ବିଜେଡିର ହୋହାଲ୍ଲା କରିଥିବା ଦେଖିବାକୁ ମିଳିଥିଲା। ଉଭୟ ବିରୋଧୀ ଦଳର ସଦସ୍ୟମାନେ ପୋଡିୟମ୍ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ। ଜୟ ନାରାୟଣ ପ୍ରସଙ୍ଗ ଉଠାଇ ବିଜେଡି ପ୍ରତିବାଦ କରିଥିଲା। ଏବଂ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ଗୃହରେ ହଙ୍ଗାମା କରିଥିଲା । ଏପରିକି ରିପୋର୍ଟରଙ୍କ ଟେବୁଲ ଉପରେ ଚଢି କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଥିଲେ। ଅନ୍ୟପଟେ ନିଲମ୍ବିତ ତାରା ରାତିସାରା ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିବେ ବୋଲି ସୂଚନା ଦେଇଥିଲେ। ଦଳୀୟ ବିଧାୟକମାନେ ପ୍ରତିକ୍ରିୟା ରଖି ଗଣତନ୍ତ୍ରର ହତ୍ୟା କରାଯାଇଛି ବୋଲି କହିବା ସହ ନିଲମ୍ବନ ଉଠାଇବା ପାଇଁ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking