17.1 C
Bhubaneswar
Friday, February 13, 2026
Homeଓଡିଶାରାଜଧାନୀରେ ବୁଲୁଛି ଦନ୍ତା

ରାଜଧାନୀରେ ବୁଲୁଛି ଦନ୍ତା

ଭୁବନେଶ୍ୱର: ଭୁବନେଶ୍ୱର ଏମ୍‌‌ସ ନିକଟ କାଜୁ ବଗିଚାରେ ଏକ ଦନ୍ତାହାତୀ ଚଳପ୍ରଚଳ କରୁଥିବା ସୂଚନା ମିଳିଛି। ହାତୀଠୁ ଦୂରୋଇ ରହିବାକୁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି। ଆଜି ସକାଳୁ ଭୁବନେଶ୍ୱର ଏମ୍‌‌ସ ନିକଟ କାଜୁ ବଗିଚାରେ ଏକ ଦନ୍ତାହାତୀ ଥିବା କିଛି ଲୋକ ଦେଖିଥିଲେ। ଏ ସମ୍ପର୍କରେ ବନ ବିଭାଗକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କାଜୁ ବଗିଚା ଭିତରେ ଦନ୍ତାହାତୀ ଫସି ଯାଇଥିବା ଜାଣିବାକୁ ପାଇଥିଲେ। ଏହାପରେ ହାତୀଟିକୁ ଚନ୍ଦକା ଅଭୟାରଣ୍ୟକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ ଏବଂ ହାତୀଠୁ ଦୂରେଇ ରହିବାକୁ ଲୋକଙ୍କୁ ସତର୍କ କରିଥିଲେ। ଅପରପକ୍ଷରେ ହାତୀକୁ ଚନ୍ଦକା ଅଭୟାରଣ୍ୟକୁ ଘଉଡ଼ାଇବା ସମ୍ଭବ ହୋଇନାହିଁ। ସନ୍ଧ୍ୟାରେ ହାତୀଟି କାଜୁ ବଗିଚାରୁ ବାହାରିବା ପରେ ଚନ୍ଦକା ଅଭୟାରଣ୍ୟକୁ ନିଆଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking