27.1 C
Bhubaneswar
Sunday, March 16, 2025
Homeଓଡିଶାଜାନୁଆରୀରେ ୧୧୧ ହତ୍ୟା, ୧୫୦୯ ଚୋରି ମାମଲା

ଜାନୁଆରୀରେ ୧୧୧ ହତ୍ୟା, ୧୫୦୯ ଚୋରି ମାମଲା

ଭୁବନେଶ୍ୱର: ଚଳିତ ଜାନୁଆରୀ ୨୦୨୫ ଥିଲା ରାଜ୍ୟରେ ଅପରାଧର ମାସ । ଜାନୁଆରୀରେ ୧୧୧ ହତ୍ୟା, ୨୦ ଡକାୟତି ଓ ୧୫୦୯ ଚୋରି ମାମଲା ରୁଜୁ କରାଯାଇଛି । ଏହାଛଡ଼ା ୧୦୧ ଦଙ୍ଗା, ୧୯୪ ସାଇବର ଅପରାଧ ଓ ୬୫୫ ଅସଦାଚରଣ ମାମଲା ରୁଜୁ କରାଯାଇଛି । ସେହିପରି ୭୯ ଯୌନ ନିର୍ଯାତନା ଓ ସର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ ନେଇ ୧୪୯ଟି ମାମଲା ରୁଜୁ ହୋଇଛି ବୋଲି ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି । ବିଧାୟକ ରାମେଶ ବେହେରାଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ୨୦୨୪ରେ ୧୨୫୮ଟି ହତ୍ୟା, ୩୫୬ଟି ଡକାୟତି, ୧୭୮୦୫ ଚୋରି, ୧୪୭୧ ଦଙ୍ଗା, ୨୫୦୧ ସାଇବର ଅପରାଧ, ୭୨୯୯ ଅସଦାଚରଣ ମାମଲା, ୧୦୮୨ ଯୌନ ନିର୍ଯାତନା ଓ ୧୮୩୯ ସର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ ମାମଲା ରୁଜୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking