16.1 C
Bhubaneswar
Sunday, December 14, 2025
Homeଓଡିଶାହଷ୍ଟେଲ ରୋଷେୟା ସେବାୟତଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ରାଜଧାନୀରେ ବିଶାଳ ଗଣ ବିକ୍ଷୋଭ

ହଷ୍ଟେଲ ରୋଷେୟା ସେବାୟତଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ରାଜଧାନୀରେ ବିଶାଳ ଗଣ ବିକ୍ଷୋଭ

ଭୁବନେଶ୍ୱର: ଅନୁସୂଚିତ ଜାତି ଜନଜାତି ବିଭାଗ ଦ୍ୱାରା ପରିଚାଳିତ ରାଜ୍ୟର ୧୭୦୦ ରୁ ଅଧିକ ଆଶ୍ରମ ସ୍କୁଲ ର ହଷ୍ଟେଲ ମାନଙ୍କରେ ରୋଷେୟା ସେବାୟତ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ନିଯୁକ୍ତି ନ ଦେବା ପର୍ଯ୍ୟନ୍ତ ମାସକୁ ୨୬୦୦୦/- ବେତନ ଦାବିରେ ସଂଘ ତରଫରୁ ଲୋୟାର ପି ଏମ ଜି ଛକରେ ହଜାର ହଜାର ରୋଷେୟା ବିଶାଳ ବିକ୍ଷୋଭ ଚାଲିଛି l ସମସ୍ତ ରୋଷେୟା ଭାଇ ଭଉଣୀ ଙ୍କୁ ଇ ପି ଏଫ, ଇ ଏସ ଆଇ ପ୍ରଦାନ, ମହିଳା ରୋଷେୟାଙ୍କୁ ପ୍ରସୂତି କାଳୀନ ସୁବିଧା ସୁଯୋଗ, ଦୈନିକ ୧୮ ଘଣ୍ଟା ବଦଳରେ ୮ ଘଣ୍ଟା କାମ, କାର୍ଯ୍ୟ କରୁଥିବା ବେଳେ ମୃତ୍ୟୁ ହେଲେ ୧୫ ଲକ୍ଷ କ୍ଷତି ପୁରଣ, ଅବସର କାଳୀନ ସୁବିଧା ସହିତ ଗ୍ରାଚୁଇଟି ପ୍ରଦାନ, ଜାତୀୟ ଉତ୍ସବ ରେ ସବେଇତନିକ ଛୁଟି, ସାପ୍ତାହିକ ଛୁଟି ରେ କାର୍ଯ୍ୟକଲେ ଓଭର ଟାଇମ ପ୍ରଦାନ ଇତ୍ୟାଦି ୮ ଦଫା ଦାବୀ ହାସଲ ପାଇଁ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା l ଏହି ବିକ୍ଷୋଭ କୁ ସଂଘର ଉପଦେଷ୍ଠା ସି ଆଇ ଟି ୟୁ ର ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଦୀପ୍ତ ନାୟକ ଉଦବୋଧନ ଦେଇ କହିଲେ ଯେ ଦୀର୍ଘ ଦଶ ରୁ ତିରିଶ ବର୍ଷ ଧରି କାର୍ଯ୍ୟ କରୁଥିବା ରୋଷେୟା ଭାଇ ଭଉଣୀ ମାନେ ଆଇନି ଅନୁସାରେ ସର୍ବନିମ୍ନ ମଜୁରୀ ପାଉ ନାହାନ୍ତି, ମାସକୁ ମାତ୍ର ୧୨୦୦୦ଟଙ୍କା ବେତନ ରେ ଦିନ ସାରା ୧୮ ଘଣ୍ଟା ରୋଷେଇ ସମେତ ସ୍କୁଲର ପିଅନ, ଜଗୁଆଳି, ଝାଡୁଦାର ଏପରିକି ଶିକ୍ଷକ ନଥିଲେ ପିଲାଙ୍କୁ ପାଠ ପଢ଼ାଉଛନ୍ତି କିନ୍ତୁ କୌଣସି ଆଇନୀଗତ ଅଧିକାର ପାଉ ନାହାନ୍ତି l

ରୋଷେୟା ମାନେ ଅର୍ଦ୍ଧ କୁଶଳୀ ମଜୁରୀ ମଧ୍ୟ ପାଉ ନାହାନ୍ତି l ଦୈନିକ ୮ ଘଣ୍ଟା ଜାଗାରେ ୧୮ ଘଣ୍ଟା କାମ କରୁଛନ୍ତି କିନ୍ତୁ ଟଙ୍କାଟିଏ ଅଧିକ ଓଭର ଟାଇମ ଦେଉ ନାହାନ୍ତି l ମୁଖ୍ୟମନ୍ତୀ ମହୋଦୟଙ୍କୁ ଦୁଇମାସ ତଳୁ ଭେଟି ଦାବିପତ୍ର ଦେଇଥିଲେ ଓ ତାଙ୍କଠାରୁ ପ୍ରତିଶୃତି ମିଳିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ହଜାର ହଜାର ସଂଖ୍ୟାରେ ରୋଷେୟା ରାସ୍ତାକୁ ବାଧ୍ୟ ହୋଇ ଓଲ୍ହାଇଛନ୍ତି l ସ୍କୁଲରୁ ଛୁଟି ନେଇ ଆନ୍ଦୋଳନ କୁ ଆସିଥିଲେ ମଧ୍ୟ ଜିଲ୍ଲା ମଙ୍ଗଳ ଅଧିକାରୀ ମାନେ ରୋଷେୟାଙ୍କୁ ଚାକିର ରୁ ବାହାର କରିଦେବା ପାଇଁ ଧମକ ପୂର୍ଣ୍ଣ ଚିଠି ଦେଇଛନ୍ତି l ଗଣ ତାନ୍ତ୍ରିକ ଅଧିକାର ଶାନ୍ତିପୂର୍ଣ୍ଣ ଭାବରେ ପ୍ରଦର୍ଶନ କରିବାକୁ ମଧ୍ୟ ଭଙ୍ଗ କରୁଛନ୍ତି l

ସି ଆଇ ଟି ୟୁ ର ଅନ୍ୟତମ ରାଜ୍ୟ ସମ୍ପାଦକ, ପୁଷ୍ପାଞ୍ଜଳୀ ଦାସ, ଉପସଭାପତି ଶ୍ରୀ ଲୋଭକାନ୍ତ ସ୍ୱାଇଁ, ସଂଘର ସଭାପତି ସୂର୍ଯ୍ୟକାନ୍ତ ବେହେରା, ସମ୍ପାଦକ ନିରଞ୍ଜନ ବେହେରା ଏବଂ ପ୍ରତ୍ୟେକ ଜିଲ୍ଲାର ନେତୃତ୍ୱ ମାନେ ବିକ୍ଷୋଭ ର ନେତୃତ୍ୱ ନେଇ ଭାଷଣ ଦେଇଥିଲେ l ହଜାର ଗରିବ ଦଳିତ ଆଦିବାସୀ ରୋଷେୟା ମାନେ ଛୁଟି ନେଇ ଗୋଟିଏ ଦିନ ଗଣତାନ୍ତ୍ରିକ ଅଧିକାର ବଳରେ ବିକ୍ଷୋଭ ପ୍ରଦର୍ଶନ କରି ନିଜର ଦାବୀ ଉପସ୍ଥାପନ କରିବା ପାଇଁ ରାଜଧାନୀ ଆସିଥିଲେ ମଧ୍ୟ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଆଲୋଚନା ପାଇଁ ପ୍ରତିନିଧି ଦଳଙ୍କୁ ଡାକୁ ନାହାନ୍ତି l ଏହା ହେଉଛି ଦଳିତ ଆଦିବାସୀଙ୍କ ପ୍ରତି ମୋହନ ବାବୁ ସରକାର ଙ୍କର ମହାନୁଭବତା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking