30.1 C
Bhubaneswar
Saturday, March 15, 2025
Homeଓଡିଶା୧୦ ବାଂଲାଦେଶୀ ଗିରଫ

୧୦ ବାଂଲାଦେଶୀ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରୁ ୧୦ଜଣ ବାଂଲାଦେଶୀ ଗିରଫ ହୋଇଛନ୍ତି। ଜଣେ ନାବାଳକଙ୍କ ସହ ୧୦ଜଣ ବାଂଲାଦେଶୀ ଗିରଫ ହୋଇଛନ୍ତି ବୋଲି ଏସଟିଏଫ୍‌‌ ଏସପି ରବିନାରାୟଣ ଶତପଥୀ ସୂଚନା ଦେଇଛନ୍ତି। ଏସଟିଏଫ ପକ୍ଷରୁ ଦିବ୍ରୁଗଡ଼଼-ଚେନ୍ନାଇ ଏକ୍ସପ୍ରେସ୍‌‌ରୁ ଏହି ବାଂଲାଦେଶୀମାନଙ୍କୁ ଗିରଫ କରାଯାଇଛି। ଗିରଫ ବାଂଲାଦେଶୀଙ୍କ ନିକଟରେ କୌଣସି ଭିସା କିମ୍ବା ପାସପୋର୍ଟ ନ ଥିବା ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି। ବିନା ଭିସା ଓ ପାସପୋର୍ଟରେ ଆସାମରେ ପ୍ରବେଶ କରିଥିଲେ। ସେମାନଙ୍କ ନିକଟରୁ ୨ଟି ମୋବାଇଲ ସହ ବାଂଲାଦେଶୀ ନୋଟ୍‌‌ ଜବତ ହୋଇଛି ବୋଲି ଏସଟିଏଫ୍‌‌ ଏସପି ରବିନାରାୟଣ ଶତପଥୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking