25.1 C
Bhubaneswar
Monday, February 23, 2026
Homeଦେଶ ବିଦେଶଏହି ଗାଁରେ ବିବାହ ପରେ ଝିଅଙ୍କୁ ବିଦା କରାଯାଏ ବିଧବା ବେସରେ, ଜାଣନ୍ତୁ କ’ଣ ରହିଛି...

ଏହି ଗାଁରେ ବିବାହ ପରେ ଝିଅଙ୍କୁ ବିଦା କରାଯାଏ ବିଧବା ବେସରେ, ଜାଣନ୍ତୁ କ’ଣ ରହିଛି ରହସ୍ୟ….

ବ୍ୟୁରୋ: ବିବାହ ହେଉଛି ଏକ ପବିତ୍ର ବନ୍ଧନ । ଦୁନିଆର ସବୁ ଝିଅ ନିଜ ବିବାହ ସମୟରେ ସବୁଠୁ ସୁନ୍ଦର ଦେଖାଯିବା ପାଇଁ ଚାହିଁଥାନ୍ତି । ତାଙ୍କର ସୁନ୍ଦରତାକୁ ନେଇ ଅନେକ ଲୋକ ପ୍ରଶଂସା ମଧ୍ୟ କରିଥା’ନ୍ତି । ବିଶ୍ୱର ପ୍ରତ୍ୟେକ ସ୍ଥାନରେ ବିବାହର ରୀତିନୀତି ଭିନ୍ନ ଧରଣର ହୋଇଥାଏ ଓ ଯୁଗ ଯୁଗରୁ ରହିଆସିଥିବା ସେହି ରୀତିନୀତିଗୁଡିକୁ ଲୋକମାନେ ଅନୁସରଣ କରିଆସୁଛନ୍ତି। କିନ୍ତୁ ଭାରତର ଏପରି ଏକ ଗାଁ ରହିଛି ଯେଉଁଠାରେ ବିବାହ ପରେ ଝିଅ ବିଦା ସମୟରେ ଝିଅକୁ ବିଧବା ପରି ବିଦା କରାଯାଇଥାଏ। ମଣିଷ ଯାଇ ଚନ୍ଦ୍ରରେ ପହଞ୍ଚିଲାଣି, ହେଲେ ମଧ୍ୟପ୍ରଦେଶର ଏକ ସମ୍ପ୍ରଦାୟ ଏବେ ମଧ୍ୟ ଏହିପରି ରୀତିନୀତିକୁ ଅନୁସରଣ କରୁଛନ୍ତି । ଝିଅ ବିଦା ସମୟରେ ଖୋଦ୍ ଝିଅର ପିତାମାତା ଝିଅକୁ ବିଧବା ବେଶରେ ବିଦା କରନ୍ତି । ମଧ୍ୟପ୍ରଦେଶର ମଣ୍ଡଳ ଜିଲ୍ଲାରେ ଅବସ୍ଥିତ ଭୀମଦୋଙ୍ଗ୍ରି ଗ୍ରାମରେ ଭିନ୍ନ ଏକ ଆଦିବାସୀ ସମାଜର ଲୋକମାନେ ବସବାସ କରନ୍ତି । ଏହି ଆଦିବାସୀ ସମ୍ପ୍ରଦାୟର ବିବାହ ମଧ୍ୟ ଅନ୍ୟ ଭାରତୀୟ ବିବାହ ପରି ହୋଇଥାଏ । କିନ୍ତୁ ବିବାହ ପରେ ଅଜବ ରୀତିନୀତି ପାଳନ କରାଯାଇଥାଏ।

ବିଧି ପୁର୍ବକ ବିବାହର ସମସ୍ତ ରୀତିନୀତି ସମାପ୍ତ ହେବା ପରେ, ଯେତେବେଳେ ବିଦାୟ ଦେବାର ସମୟ ଆସେ, ସେତେବେଳେ ଝିଅକୁ ଧଳା ରଙ୍ଗର ଶାଢ଼ି ପିନ୍ଧାଯାଏ । ବାସ୍ତବରେ ଏହି ପ୍ରଥା ପଛରେ ଏକ ବିଶେଷ କାରଣ ରହିଛି । ଏହି ଗାଁର ଲୋକମାନେ ଗୋଷ୍ଠି ଧର୍ମ ଅନୁସରଣ କରନ୍ତି । ଏହି ଲୋକମାନେ ଧଳା ରଙ୍ଗକୁ ଶାନ୍ତିର ପ୍ରତୀକ ଭାବରେ ବିବେଚନା କରନ୍ତି । ଏହା ଛଡ଼ା ଏହି ରଙ୍ଗ ମଧ୍ୟ ପବିତ୍ର ବୋଲି କୁହାଯାଏ, ଯେଉଁଥରେ କୌଣସି ବ୍ୟଭିଚାର ନାହିଁ । ତେଣୁ ବିବାହରେ ଧଳା ପୋଷାକ ପିନ୍ଧିବା ଶୁଭ ବୋଲି ଧରାଯାଏ । ଏଠାକାର ଲୋକମାନେ ଆଦିବାସୀ ରୀତିନୀତିଠାରୁ ଏକ ଭିନ୍ନ ନିୟମ ଅନୁସରଣ କରନ୍ତି । ଏହି ଗାଁରେ ମଦ ନିଷେଧ ରହିଥିବାବେଳେ ଧଳା ପୋଷାକ ପିନ୍ଧିବା ବ୍ୟତୀତ ଅନେକ ନିୟମ ପାଳନ କରାଯାଏ । ଏହି ସମ୍ପ୍ରଦାୟରେ କନ୍ୟା ଘର ବ୍ୟତୀତ ବରର ଘରେ ମଧ୍ୟ ୭ ଭେରା ନେବାର ପ୍ରଥା ରହିଛି । କନ୍ୟା ଘର ବିବାହ ମଣ୍ଡପରେ ୪ ଭେରା ଓ ଅବଶିଷ୍ଟ ୩ ଭେରା ବର ଘରେ ନିଆଯାଇଥାଏ । ଏହିଭଳି ଅଜବ ରହିଛି ରିତିନୀତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking