20.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଏହି ରାଜ୍ୟରେ ବ୍ୟାନ୍ ହେଲା ଗୁଟଖା-ପାନ ମସଲା

ଏହି ରାଜ୍ୟରେ ବ୍ୟାନ୍ ହେଲା ଗୁଟଖା-ପାନ ମସଲା

ଲକ୍ଷ୍ନୌ: ବ୍ୟାନ ହେଲା ଗୁଟଖା-ପାନ ମସଲା । ଏବେ ଗୁଟଖା ଖାଇଲେ କିମ୍ୱା ଛେପ ପକାଇଲେ ଦେବାକୁ ପଡ଼ିବ ଜୋରିମାନା । ଏଭଳି ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ନିୟମ ନ ମାନିଲେ ଲାଗୁ ହେବ ୧୦୦୦ ଟଙ୍କା ଜୋରିମାନା । ଏହାସହ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କେଉଁ ରାଜ୍ୟରେ ଲାଗୁ ହୋଇଛି ଆସନ୍ତୁ ଜାଣିବା । ତେବେ ଏହି ନିୟମ ଓଡ଼ିଶାରେ ଲାଗୁ ହୋଇନାହିଁ ବରଂ ଉତ୍ତରପ୍ରଦେଶ ସରକାର ଏପରି ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଏହି ନିୟମ ପାଳନ କରିବାକୁ ବାଧ୍ୟ । ଯିଏ ଏହି ନିୟମକୁ ନ ମାନିବ ତା’ ଉପରେ ଜୋରିମାନା ଲଗାଯିବ । କହିରଖୁ କି, ଏହି ବ୍ୟାନ୍ ପୁରା ଉତ୍ତରପ୍ରଦେଶରେ ଲଗାଯାଇନାହିଁ ।

ବର୍ତ୍ତମାନ ଉତ୍ତରପ୍ରଦେଶ ବିଧାନସଭାର ଅଧିବେଶନ ଚାଲିଛି । ଏଭଳି ସମୟରେ ଗତ ମଙ୍ଗଳବାର ଦିନ ଉତ୍ତରପ୍ରଦେଶ ବିଧାନସଭାରେ ଜଣେ ବିଧାୟକ ପାନ ଖାଇ ବିଧାନସଭାର ମୁଖ୍ୟ ଦ୍ୱାରରେ ଛେପ ପକାଇଥିଲେ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଥିଲା । ଯାହା ପରେ ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ୟୁପି ବିଧାନସଭାର ବାଚସ୍ପତି କହିଥିଲେ ଯେ, ‘ମୁଁ ସକାଳେ ଏଠାକୁ ଆସିବା ପରେ ଜାଣିବାକୁ ପାଇଲି ଯେ, କିଛି ସଦସ୍ୟ ବିଧାନସଭା ଭିତରେ ପାନ ମସଲା ଖାଇ ମଇଳା କରୁଛନ୍ତି। ମୁଁ ସେମାନଙ୍କୁ ସିସିଟିଭିରେ ଦେଖିଛି । ଯିଏ ଏହା କରିଛନ୍ତି ସେ ନିଶ୍ଚିତ ଭାବେ ଭୁଲ୍ କରିଛନ୍ତି ।ଏହି ଘଟଣାକୁ ନେଇ ବାଚସ୍ପତି ବିଧାନସଭାରେ ଆଲୋଚନା ମଧ୍ୟ କରିଥିଲେ । ଏହି ଘଟଣାପରେ ବିଧାନସଭା ପରିସରରେ ପାନ ମସଲା ଏବଂ ଗୁଟକାକୁ ବ୍ୟାନ୍‌? କରାଯାଇଛି । ଏଥିସହିତ ବିଧାନସଭା ପରିସରରେ ଗୁଟଖା ଖାଉଥିବା ସମୟରେ ଯଦି କେହି ଧରାପଡ଼ନ୍ତି, ତେବେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking