30.1 C
Bhubaneswar
Friday, February 13, 2026
Homeଓଡିଶାଭୁବନେଶ୍ୱରରେ କ୍ରେସେଣ୍ଟା ଫର୍ଟିଲିଟି ଉଦଘାଟିତ

ଭୁବନେଶ୍ୱରରେ କ୍ରେସେଣ୍ଟା ଫର୍ଟିଲିଟି ଉଦଘାଟିତ

ଭୁବନେଶ୍ୱର: କ୍ରେସେଣ୍ଟା ଫର୍ଟିଲିଟି ପକ୍ଷରୁ ଗୁରୁବାର ସ୍ଥାନୀୟ ଚନ୍ଦ୍ରଶେଖରପୁର, ଲୁମ୍ବିନୀବିହାର ଠାରେ ଏକ ଆଇଭିଏଫ୍ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଲିନିକ ବିଶେଷକରି ଫର୍ଟିଲିଟି ସମସ୍ୟା ଥିବା ରୋଗୀମାନଙ୍କୁ ଏଠାରେ ଭରସାଯୋଗ୍ୟ ଚିକିତ୍ସା ପ୍ରଦାନ କରିବ। ଯାହା ପିତାମାତା ହେବାକୁ ଚାହୁଁଥିବା ଦମ୍ପତିଙ୍କ ସ୍ୱପ୍ନ ପୂରଣ କରିବାରେ ବିଶ୍ୱସ୍ତରୀୟ ଫର୍ଟିଲିଟି ସେବା ପ୍ରଦାନ କରିବ। ୨୦୨୫ ମାର୍ଚ୍ଚ ୬ତାରିଖ ଗୁରୁବାର ଅନୁଷ୍ଠିତ ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏବଂ ସମ୍ମାନିତ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଏମିରେଟସ ପ୍ରଫେସର ପିସି ମହାପାତ୍ର ଯୋଗ ଦେଇଥିଲେ।

ସେମାନଙ୍କ ଉପସ୍ଥିତି ଏହି ଅଞ୍ଚଳରେ ଫର୍ଟିଲିଟି ସ୍ୱାସ୍ଥ୍ୟସେବାର ଗୁରୁତ୍ୱ ଏବଂ ମହତ୍ତ୍ୱଉପରେ ଆଲୋକପାତ କରାଯାଇଥିଲା। ଆଗାମୀ ଦିନରେ ଏହି କ୍ରେସେଣ୍ଟା ଫର୍ଟିଲିଟି ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ଉପସ୍ଥିତ ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ। ଏହି କେନ୍ଦ୍ରର ଲକ୍ଷ୍ୟ କେବଳ ଯେ ଚିକିତ୍ସା ଆବଶ୍ୟକତାକୁ ପୂରଣ କରିବ ତାହା ନୁହେଁ ବରଂ ପ୍ରଜନନ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାର୍ଗଦର୍ଶନ ପ୍ରଦାନ କରିବ। ଫର୍ଟିଲିଟି ଚିକିତ୍ସା ଆବଶ୍ୟକ କରୁଥିବା ଦମ୍ପତିଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ, ବୃତ୍ତିଗତ ଦକ୍ଷତା ଏବଂ ଉନ୍ନତ ଚିକିତ୍ସା ସୁବିଧା ପ୍ରଦାନ କରିବା ପାଇଁ ଏହା ପ୍ରତିଶ୍ରୁତିବଦ୍ଧ । ରୋଗୀଙ୍କ ବ୍ୟକ୍ତିଗତ ଅନୁଭୂତି ଉପରେ ଧ୍ୟାନ ଦେବା ସହିତ, କ୍ରେସେଣ୍ଟା ଫର୍ଟିଲିଟି ଆଇୟୁଆଇ, ଆଇଭିଏଫ, ଏଗ୍ ଫ୍ରିଜିଂ, ସ୍ପର୍ମ ଫ୍ରିଜିଂ, ଜେନେଟିକ୍ ପରୀକ୍ଷା ଏବଂ ପ୍ରଜନନ ସଂରକ୍ଷଣ ସମେତ ଅନେକ ଫର୍ଟିଲିଟି ଚିକିତ୍ସା ପ୍ରଦାନ କରେ ।

ଗୋଟିଏ ଛାତ ତଳେ ବହୁ ଶୃଙ୍ଖଳୀୟ ସୁବିଧା ଯୋଗାଇଦେଇ ଦମ୍ପତିମାନଙ୍କର ସାମଗ୍ରିକ ଫର୍ଟିଲିଟି ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଉପରେ କ୍ରେସେଣ୍ଟା ଫର୍ଟିଲିଟିର ଡାକ୍ତରୀ ପଦ୍ଧତି ଅତୁଳନୀୟ, ଯେଉଁଠାରେ ଆମର ନ୍ୟୁଟ୍ରିସନିଷ୍ଟ ଟିମ୍‌, ପରାମର୍ଶଦାତା, ଏଣ୍ଡୋକ୍ରାଇନୋଲୋଜିଷ୍ଟ, ଆଣ୍ଡ୍ରୋଲୋଜିଷ୍ଟ ଆମର ଫର୍ଟିଲିଟି ବିଶେଷଜ୍ଞମାନଙ୍କ ସହିତ ନିରନ୍ତର ଭାବେ କାର୍ଯ୍ୟ କରନ୍ତି। ଏହା କଷ୍ଟମାଇଜ୍‌ଡ଼ କେୟାର ପ୍ଲାନ୍ ସହିତ ରୋଗୀ କଲ୍ୟାଣକୁ ପ୍ରାଥମିକତା ଦିଏ, ବ୍ୟାପକ ସହାୟତା ପ୍ରଦାନ କରେ ଏବଂ ଦେୟ ମୂଲ୍ୟର ସ୍ୱଚ୍ଛତା ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ। ଫର୍ଟିଲିଟି ଚିକିତ୍ସା ଆବଶ୍ୟକ କରୁଥିବା ଦମ୍ପତିଙ୍କୁ ଏହି ଚିକିତ୍ସା ସହିତ ଜଡିତ ଖର୍ଚ୍ଚକୁ ଆଗୁଆ ସୁନିଶ୍ଚିତ କରିବା ସହିତ ସମସ୍ତଙ୍କ ପାଇଁ ଉଚ୍ଚ ଗୁଣବତ୍ତାର ସମ୍ପନ୍ନ ଫର୍ଟିଲିଟି ଚିକିତ୍ସା ସେବା ଯୋଗାଏ। କ୍ରେସେଣ୍ଟା ଫର୍ଟିଲିଟିରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହିତ ଅଗ୍ରଣୀ ଏବଂ ଦକ୍ଷ ପ୍ରଜନନ ବିଶେଷଜ୍ଞଙ୍କ ଏକ ଟିମ ଅଛନ୍ତି ଯାହା ଅଧିକ ସଫଳତା ହାର ପ୍ରଦାନ କରିଥାଏ। ଅପହଞ୍ଚଙ୍କ ନିକଟରେ ପହଞ୍ଚ ‘ରିଚ୍ ଦି ଅନରିଚେବଲ୍‌’ ସ୍ଲୋଗାନ୍ ମାଧ୍ୟମରେ କ୍ରେସେଣ୍ଟା ଫର୍ଟିଲିଟି ଓଡ଼ିଶା ତଥା ବାହାରୁ ଆସୁଥିବା ଦମ୍ପତିଙ୍କ ପିତାମାତା ହେବାର ସ୍ୱପ୍ନକୁ ସାକାର କରିବାକୁ ଲକ୍ଷ୍ୟ ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking