18.1 C
Bhubaneswar
Saturday, December 6, 2025
Homeଓଡିଶା୩୦ ଦିନ ପର୍ଯ୍ୟନ୍ତ ନିୟମିତ କମଳା ଖାଇଲେ କ’ଣ ଲାଭ ଜାଣନ୍ତୁ..

୩୦ ଦିନ ପର୍ଯ୍ୟନ୍ତ ନିୟମିତ କମଳା ଖାଇଲେ କ’ଣ ଲାଭ ଜାଣନ୍ତୁ..

ଭୁବନେଶ୍ୱର: ପ୍ରତ୍ୟେକ ଦିନ କମଳା ଖାଆନ୍ତୁ ଅନେକ ରୋଗରୁ ମୁକ୍ତି ପାଆନ୍ତୁ ! ତାଜା ଫଳ ଖାଇବା ଦ୍ୱାରା ଆମକୁ ଭରପୁର ପ୍ରୋଟିନ୍ ଏବଂ ଭିଟାମିନ ମିଳିଥାଏ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକୀୟ ପୋଷକ ତତ୍ତ୍ୱରେ ଭରପୁର ରହିଥାଏ । ତେବେ କମଳା ଏପରି ଏକ ଫଳ ଯାହା ଶରୀରକୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରେ । ଏଥିରେ ଭିଟାମିନ୍ ସି, ଫାଇବର, ଆଣ୍ଟି ଅକ୍ସିଡାଣ୍ଟ ଏବଂ ଖଣିଜ ପଦାର୍ଥ ଭରପୁର ରହିଥାଏ । ଯଦି ଆପଣ ଗୋଟିଏ ମାସ ପାଇଁ ନିୟମିତ ଭାବରେ କମଳା ଖାଆନ୍ତି। ତେବେ ଆପଣ ଏହାର ଆଶ୍ଚର୍ଯ୍ୟଜନକ ଲାଭ ପାଇବେ । ଜାଣନ୍ତୁ ୩୦ ଦିନ ପର୍ଯ୍ୟନ୍ତ ନିୟମିତ କମଳା ଖାଇବାର ଲାଭ କ’ଣ ? ଏହି ରସାଳ ସ୍ୱାଦିଷ୍ଟ ଫଳ ଭିଟାମିନ୍ ଏ, ବି ଏବଂ ସି, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌, ଫସଫରସ୍ ଏବଂ କୋଲାଇନ୍ ଭଳି ଅନ୍ୟାନ୍ୟ ପୋଷକ ତତ୍ତ୍ୱରେ ଭରପୁର ।

ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ, ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ । କୋଲେଷ୍ଟ୍ରଲ ହ୍ରାସ କରିବା ବ୍ୟତୀତ, ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ । ଏହା ସାଇଟ୍ରସ୍ ଗୋଷ୍ଠୀର ଏକ ଫଳ ହୋଇଥିବାରୁ, ଏହା ଆମ ଚର୍ମ ଏବଂ କେଶ ପାଇଁ ମଧ୍ୟ ବହୁତ ଲାଭଦାୟକ । ଭିଟାମିନ୍ ସି ସହିତ, କମଳାରେ ଭିଟାମିନ୍ ଡି ମଧ୍ୟ ଭରପୁର ଥାଏ । ଯାହା ଆମ ଶରୀରରେ ଏକ ଦୃଢ଼ ରୋଗ ପ୍ରତିରୋଧକ ଶକ୍ତି ଗଠନ କରିବାରେ ସାହାଯ୍ୟ କରେ ଏବଂ ଋତୁକାଳୀନ ସଂକ୍ରମଣରୁ ଆମକୁ ରକ୍ଷା କରେ । ବିଶେଷଜ୍ଞଙ୍କ ମତରେ ଗୋଟିଏ ମାସ ପାଇଁ ନିୟମିତ କମଳା ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଲାଭ ମିଳିବ । କମଳା ଖାଇବା ଦ୍ୱାରା ଅନେକ ରୋଗ ଭଲ ହୋଇଯାଏ । ପ୍ରତିଦିନ ଗୋଟିଏ କମଳା ଖାଇ ଆପଣ ଥଣ୍ଡା, କାଶ, ଋତୁକାଳୀନ କିମ୍ବା ଭାଇରାଲ୍ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବେ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ରହିଛି । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । କମଳା ଶରୀରର ଓଜନ ହ୍ରାସ କରିବା ପାଇଁ ମଧ୍ୟ ସାହାଯ୍ୟ କରେ ।

ଏଥିରେ କ୍ୟାଲୋରୀ କମ୍ ଏବଂ ଫାଇବର ଭରପୁର ରହିଥାଏ । ପ୍ରତିଦିନ ଗୋଟିଏ କମଳା ଖାଇବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ । କମଳାରେ ପୋଟାସିୟମ୍ ଏବଂ ଫାଇବର ଭରପୁର ଥାଏ । ଯାହା କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ କରେ । କମଳା ତ୍ୱଚାର ଯତ୍ନ ପାଇଁ ମଧ୍ୟ ବହୁତ ଭଲ । ତ୍ୱଚାକୁ ପ୍ରାକୃତିକ ଆର୍ଦ୍ରତା ପ୍ରଦାନ କରେ । ଏଥିରେ ଥିବା ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଯୋଗୁଁ ଚର୍ମ ଆଭ୍ୟନ୍ତରୀଣ ଭାବରେ ସୁସ୍ଥ ରହିଥାଏ । ଏହା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ ବଦହଜମୀ ଭଳି ପାଚନ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିରେ ଥିବା ଫାଇବର ଏବଂ ପ୍ରାକୃତିକ ଏଞ୍ଜାଇମ୍ ପାଚନ କ୍ରିୟାକୁ ଉନ୍ନତ କରିଥାଏ । କମଳାରେ ଥିବା ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତିକୁ ଶକ୍ତିଶାଳୀ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking