19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲା ଅଭିଯୁକ୍ତ

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲା ଅଭିଯୁକ୍ତ

ବେଙ୍ଗାଲୁରୁ: ଏକତରଫା ପ୍ରେମର ଆଉ ଏକ କରୁଣ ପରିଣତି କର୍ଣ୍ଣାଟକ ରାଜ୍ୟରୁ ସାମ୍ନାକୁ ଆସିଛି। ଏଠାରେ ଅଭିଯୁକ୍ତ ଯୁବକଜଣକ, ଜଣେ ଯୁବତୀଙ୍କୁ ଦୀର୍ଘ ସମୟ ଧରି ଏକତରଫା ପ୍ରେମ କରୁଥିବା ବେଳେ ନିକଟରେ ବିବାହ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଯୁବତୀଜଣକ ତାଙ୍କୁ ବିବାହ କରିବାକୁ ମନା କରିବାରୁ ଯୁବକଜଣକ କ୍ରୋଧପରାୟଣ ହୋଇ ଯୁବତୀଙ୍କୁ ହତ୍ୟା କରିଛି ଏବଂ ଏହାର କିଛି ସମୟ ମଧ୍ୟରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛି। କର୍ଣ୍ଣାଟକର ବେଲଗାଭି ଜିଲ୍ଲାରେ ଘଟଣାଟି ଘଟିଛି। ମୃତ ଯୁବତୀଙ୍କ ନାମ ଐଶ୍ୱର୍ଯ୍ୟା ମହେଶ ଲୋହାର(୨୦) ହୋଇଥିବା ବେଳେ ଆତ୍ମହତ୍ୟା କରିଥିବା ଅଭିଯୁକ୍ତ ଯୁବକର ନାମ ପ୍ରଶାନ୍ତ କୁନ୍ଦେକର(୨୯) ବୋଲି ଜଣାପଡ଼ିଛି।

ପୁଲିସ୍ କହିଛି ଯେ, ଅଭିଯୁକ୍ତ ପ୍ରଶାନ୍ତ ବେଲଗବୀ ତାଲୁକର ୟେଲୁର ଗାଁର ସ୍ଥାୟୀ ବାସିନ୍ଦା ଥିଲା। ରଙ୍ଗମିସ୍ତ୍ରୀ ଭାବରେ କାମ କରୁଥିବା ପ୍ରଶାନ୍ତ ଦୀର୍ଘ ସମୟ ଧରି ଐଶ୍ୱର୍ଯ୍ୟାଙ୍କ ପଛରେ ପଡ଼ିଥିଲା। ଏପରିକି ସେ ଐଶ୍ୱର୍ଯ୍ୟାଙ୍କ ମାଆଙ୍କୁ ମଧ୍ୟ ଏସମ୍ପର୍କରେ ଜଣାଇଥିଲା। କିନ୍ତୁ, ଐଶ୍ୱର୍ଯ୍ୟାଙ୍କ ମାଆ ତାଙ୍କୁ ପ୍ରଥମେ ଆର୍ôଥକ ଭାବରେ ସ୍ୱଚ୍ଛଳ ହେବା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ହେଲେ ମଙ୍ଗଳବାର ସକାଳେ ପ୍ରଶାନ୍ତ ଏକ ବିଷ ବୋତଲ ନେଇ ଐଶ୍ୱର୍ଯ୍ୟାଙ୍କ ମାଉସୀଙ୍କ ଘରେ ପହଞ୍ଚିଥିଲା। ସେ ପୁଣି ଥରେ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା, କିନ୍ତୁ ଯେତେବେଳେ ଐଶ୍ୱର୍ଯ୍ୟା ମନା କରିଥିଲେ, ସେ ତାଙ୍କୁ ବିଷ ପିଆଇବାକୁ ଚେଷ୍ଟା କରିଥିଲା। ଐଶ୍ୱର୍ଯ୍ୟା ପ୍ରତିରୋଧ କରିବାରୁ ପ୍ରଶାନ୍ତ ତାଙ୍କ ପକେଟରୁ ଏକ ଛୁରୀ ବାହାର କରି ତାଙ୍କ ଗଳା କାଟି ଦେଇଥିଲା। ଐଶ୍ୱର୍ଯ୍ୟାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହେବା ପରେ ପ୍ରଶାନ୍ତ ମଧ୍ୟ ସେହି ଛୁରୀରେ ନିଜ ଗଳା କାଟି ଜୀବନ ହାରିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking