32.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶସମନ ସତ୍ତ୍ୱେ ହାଜର ହେଉନାହାନ୍ତି ରାହୁଲ

ସମନ ସତ୍ତ୍ୱେ ହାଜର ହେଉନାହାନ୍ତି ରାହୁଲ

ଲକ୍ଷ୍ନୌ: ବୀର ସଭରକରଙ୍କ ଉପରେ ବିବାଦୀୟ ଟିପ୍ପଣୀ ଅଭିଯୋଗରେ ଛନ୍ଦି ହୋଇପଡିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ବାରମ୍ବାର ସମନ କରାଯିବା ସତ୍ତ୍ୱେ ରାହୁଲ କୋର୍ଟରେ ହାଜର ହେଉନଥିବା କାରଣରୁ ଉତ୍ତରପ୍ରଦେଶ ଲକ୍ଷ୍ନୌର ଏକ କୋର୍ଟ ରାହୁଲଙ୍କୁ ଚେତାବନୀ ଦେବା ସହ ତାଙ୍କ ଉପରେ ୨୦୦ ଟଙ୍କାର ଜୋରିମାନା ଲଗାଇଛନ୍ତି। ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଲଗାତାର ଶୁଣାଣିରେ ଅନୁପସ୍ଥିତ ରହିବା ପାଇଁ ଏହି ଜରିମାନା ଲଗାଇଛନ୍ତି। ଏଥିସହିତ ରାହୁଲ ଗାନ୍ଧୀଙ୍କୁ ଯେକୌଣସି ପରିସ୍ଥିତିରେ ୧୪ ଏପ୍ରିଲ ୨୦୨୫ରେ ହାଜର ହେବାକୁ ପଡ଼ିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଯଦି ସେ ଏହି ତାରିଖରେ ହାଜର ନ ହୁଅନ୍ତି, ତେବେ ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ ମଧ୍ୟ ଚେତାବନୀ ଦେଇଛନ୍ତି।

୨୦୨୨ରେ ବରିଷ୍ଠ ଆଡଭୋକେଟ୍ ନୃପେନ୍ଦ୍ର ପାଣ୍ଡେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଫୌଜଦାରୀ କାର୍ଯ୍ୟବିଧି ସଂହିତା (ସିଆରପିସି) ଧାରା ୧୫୬ (୩) ଅନୁଯାୟୀ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗର ଶୁଣାଣି କରିବା ସମୟରେ, କୋର୍ଟ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଥିଲେ। ଓକିଲ ନୃପେନ୍ଦ୍ର ପାଣ୍ଡେ ନିଜ ଅଭିଯୋଗରେ ଦର୍ଶାଇଥିଲେ ଯେ ରାହୁଲ ଗାନ୍ଧୀ ୨୦୨୨ ଡିସେମ୍ବର ୧୭ରେ ମହାରାଷ୍ଟ୍ରର ଆକୋଲାରେ ଏକ ଖବରଦାତା ସମ୍ମିଳନୀ ସମୟରେ ବୀର ସଭରକରଙ୍କୁ ‘ବ୍ରିଟିଶଙ୍କ ଦାସ’ ଏବଂ ’ପେନସନଭୋଗୀ’ ବୋଲି କହିଥିଲେ। ଉପସ୍ଥାପିତ ସମସ୍ତ ତଥ୍ୟ ଏବଂ ପ୍ରମାଣକୁ ବିଚାର କରିବା ପରେ କୋର୍ଟ ଅନୁଭବ କରିଛନ୍ତି ଯେ, ରାହୁଲଙ୍କ ଦ୍ୱାରା ଦିଆଯାଇଥିବା ବକ୍ତବ୍ୟ ସମାଜରେ ଘୃଣା ଏବଂ ବିଦ୍ୱେଷ ପ୍ରସାର କରିବା ପାଇଁ ଉଦ୍ଦିଷ୍ଟ ଥିଲା, ଯାହା ଭାରତୀୟ ଦଣ୍ଡ ସଂହିତାର ଧାରା ୧୫୩ (ଏ) ଏବଂ ୫୦୫ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। ତେବେ ଆଜି ଅର୍ଥାତ୍ ୨୦୨୫ ମାର୍ଚ୍ଚ ୫ରେ ହୋଇଥିବା ଶୁଣାଣି ସମୟରେ ରାହୁଲଙ୍କ ପକ୍ଷରୁ ତାଙ୍କ ଓକିଲ ପ୍ରାଂଶୁ ଅଗ୍ରୱାଲ କୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ଏଥିରେ ସେ ରାହୁଲ ବ୍ୟକ୍ତିଗତ ଭାବରେ ହାଜର ହୋଇନପାରିବାର କେତେକ କାରଣ ଦର୍ଶାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking