18.1 C
Bhubaneswar
Monday, February 9, 2026
Homeଓଡିଶାଚାଉଳ ଭାଗ ବଣ୍ଟାକୁ ନେଇ ମା’କୁ ନୃଶଂସ ଭାବେ ହତ୍ୟା କଲା ପୁଅ

ଚାଉଳ ଭାଗ ବଣ୍ଟାକୁ ନେଇ ମା’କୁ ନୃଶଂସ ଭାବେ ହତ୍ୟା କଲା ପୁଅ

ବାରିପଦା: ଚାଉଳ ଭାଗ ବଣ୍ଟାକୁ ଜନ୍ମ କଲା ମା’କୁ ହତ୍ୟା କରିଛି ସୈତାନ ପୁଅ। ଧାରୁଆ ଅସ୍ତ୍ରରେ ବୃଦ୍ଧା ମା’ମୁଣ୍ଡକୁ ଆକ୍ରମଣ କରି ନୃଶଂସ ଭାବେ ହତ୍ୟା କରିଛି ପୁଅ। ଏହିପରି ଅଭାବନୀୟ ଘଟଣା ବାରିପଦା ସଦର ଥାନା ଅନ୍ତର୍ଗତ ଶରତଚନ୍ଦ୍ରପୁର ଅଞ୍ଚଳରେ ଘଟିଯାଇଛି। ମୃତକ ଜଣକ ହେଲେ ଉକ୍ତ ଗ୍ରାମର ରାଇବାରି ସିଂ। ପୂର୍ବରୁ ରାଇବାରିଙ୍କ ଦୁଇ ପୁଅ ରୋହିଦାସ ସିଂ ଓ ଲକ୍ଷ୍ମୀକାନ୍ତ ସିଂ ମଧ୍ୟରେ ପାରିବାରିକ କଲହ ଲାଗି ରହିଥିଲା। ତେବେ ଚାଉଳ ଭାଗ ବଣ୍ଟାକୁ ନେଇ ମା ଓ ପୁଅ ରୋହିଦାସ ସିଂ ବଚସା ହୋଇଥିଲା। ଯୁକ୍ତିତର୍କ ବଢିବା ସହ କଥା କଟାକଟି ହେବାରୁ ରୋହିଦାସ ଉତକ୍ଷିପ୍ତ ହୋଇ ମାକୁ ହତ୍ୟା କରିଥିଲା। ଦାଆରେ ମା ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା। ଯାହା ଫଳରେ ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ହିଁ ମା ରାଇବାରି ସିଂଙ୍କ ମୃତ୍ୟୁ ହୋଇଥିଲା। ସୈତାନ ପୁଅ ଜନ୍ମ କଲା ମା’କୁ ହତ୍ୟା କରିବା ପରେ ନିଜ ଗଳାକୁ ଉକ୍ତ ଦାଆରେ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା। ତେବେ ଅନ୍ୟ ଜଣେ ପୁଅ ଲକ୍ଷ୍ମୀକାନ୍ତ ସିଂ ଦିନ ମଜୁରିଆ କାମ କରିବାକୁ ଯାଇଥିବା ବେଳେ ମଧ୍ୟାହ୍ନ ସମୟରେ ଘରକୁ ଫେରି ଘଟଣା ବାବଦରେ ଜାଣିଥିଲା।

ଘର ବାରଣ୍ଡାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମା ମୃତ ଦେଖି ଭାଇ ରୋହିଦାସକୁ ଘଟଣା ବାବଦରେ ପଚାରିବାରୁ ସେ ହତ୍ୟା କରିଥିବାର ନେଇ ସ୍ୱୀକାର କରିଥିଲା। ରୋହିଦାସ ଆତ୍ମହତ୍ୟା ଉଦ୍ୟମ କରିଥିବାରୁ ତାଙ୍କ ଗଳାରୁ ପ୍ରଚୁର ରକ୍ତସ୍ରାବ ହେଉଥିବାରୁ ତାଙ୍କୁ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ପିଆରଏମ ହସ୍ପିଟାଲକୁ ପଠାଇଛନ୍ତି। ଏନେଇ ପୁଅ ଲକ୍ଷ୍ମୀକାନ୍ତ ସିଂ ଅଭିଯୋଗକ୍ରମେ ବାରିପଦା ସଦର ଥାନାରେ ମାମଲା ରୁଜୁ କରି ହତ୍ୟାକାରୀ ପୁଅ ରୋହିଦାସ ସିଂକୁ ପୁଲିସ ଗିରଫ କରିଛନ୍ତି। ଅସୁସ୍ଥ ଥିବାରୁ ହସ୍ପିଟାଲରେ ପୁଲିସ ହେପାଜତରେ ତାଙ୍କର ଚିକିତ୍ସା ଜାରି ରହିଛି। ସେ ସୁସ୍ଥ ହେବା ପରେ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking