14.1 C
Bhubaneswar
Sunday, December 7, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଜୀବନର ଚଲା ବାଟରେ କୌଣସି ବିକଟ ପରିସ୍ଥିତିରେ ଭଗବାନ ଯଦି ଆପଣ ଦୃଢ଼ ସଂକଳ୍ପର ସହ କାମ କରୁଛନ୍ତି ତ ସଫଳତା ଆପଣଙ୍କ ପଛରେ ପଡ଼ିଯିବ । କଠିନ ସମୟରେ ବି ନିଜର ଲକ୍ଷ୍ୟରୁ ଓହରି ଯାଆନ୍ତୁ ନାହିଁ, ବିପଦକୁ ବିଜ୍ଞାପନରେ ବଦଳାନ୍ତୁ ।।

ସମୟର ସୀମାକୁ ନ ଦେଖି ସମୟର ଅନ୍ତରାଳରେ ଯଦି ତାହାକୁ ସଦୁପଯୋଗ କରିବା ତାହେଲେ ତାହା ଆମପାଇଁ ଲାଭଦାୟୀ ଓ ସୁଖଦାୟୀ ହୋଇଥାଏ । ଅଳସୁଆ ସମୟର ସୀମାକୁ ଦେଖିଥାଏ ଓ କର୍ମଠ ବ୍ୟକ୍ତି କାମକୁ ଗୁରୁତ୍ୱ ଦେଇଥାଏ । ଅଳସୁଆର ସମୟ ଯାଏ ନାହିଁ ଓ କର୍ମୀ ଲୋକକୁ ସମୟ ଅଭାବ ହୋଇଥାଏ । ତେଣୁ ସମୟକୁ ସଦୁପଯୋଗ କରିବା ନିତ୍ୟାନ୍ତ ଆବଶ୍ୟକ ।।

ସବୁବେଳେ ସବୁକିଛି ପାଇବାର ଆଶା ହିଁ ମନୁଷ୍ୟ କୁ ଦୁଃଖ ଓ ଅଶାନ୍ତି ର ଅନ୍ଧକାର ମଧ୍ୟକୁ ଟାଣି ନେଇଥାଏ.. ତେଣୁ ଇଶ୍ୱର ଯାହା ଦେଇଛନ୍ତି ସେଥିରେ ଖୁସି ହେବା ଉଚିତ.. ତେବେ ଯାଇ ଏ ସଂସାରରେ ଶାନ୍ତିରେ ବଞ୍ଚି ପାରିବା ll

କିଏ କହିଥାଏ ସମୟ ଧୋକା ଦେଇଥାଏ ଆଉ କିଏ କହିଥାଏ ଭାଗ୍ୟ ଧୋକା ଦେଇଥାଏ.. ହେଲେ ସତ୍ୟଟା ଏୟା.. ନା ସମୟ ଆମକୁ ଧୋକା ଦେଇଥାଏ ନା ଭାଗ୍ୟ ଆମକୁ ଧୋକା ଦେଇଥାଏ.. କେବଳ ଆମ ଭରଷା ହିଁ ଆମକୁ ଦୁଃଖ ଦେଇଥାଏ ଯିଏ କିଛି ନ ବୁଝି ବିଚାରି ଅନ୍ୟ ଉପରେ ଆଖିବୁଜି ବିଶ୍ବାସ କରିଥାଏ ll
ସଂସ୍କାର ହିଁ ଅପରାଧ ଶେଷ କରିପାରିବ, ସରକାର ନୁହେଁ….
ଆଉ
ଏହା କୌଣସି ଦୋକାନରୁ ନୁହେଁ, ପରିବାର ଗୁରୁଜନଙ୍କ ଠୁ ମିଳିଥାଏ….

କାହାର ତୁମେ ଯେତେ ବଡ଼ ଉପକାର କରନା କାହିଁକି ପରବର୍ତ୍ତୀ ସମୟରେ ତୁମର ସାମାନ୍ୟ ଭୁଲ୍ ହେଲେ ସେ ସେହି ଉପକାର କଥା ଟିକିଏ ମାତ୍ର ମନେ ପକେଇବ ନାହିଁ।ଜୀବନରେ କାହାକୁ କରିଥିବା ସାହାଯ୍ୟ ଭୁଲି ଯାଆନ୍ତୁ କିନ୍ତୁ କାହା ଠାରୁ ପାଇଥିବା ସାହାଯ୍ୟ କେବେ ଭୁଲନ୍ତୁ ନାହିଁ।

ପ୍ରୁଥିବୀର ସବୁଠାରୁ ପୁରୁଣା ଯନ୍ତ୍ରର ନାମ ହେଲା ଷଡଯନ୍ତ୍ର, ଯାହାକି ଯୁଗ ଯୁଗ ଧରି ଚାଲୁଛି….

କିନ୍ତୁ କେବେ ମରାମତି ର ଆବଶ୍ଯକ ହୁଏ ନାହିଁ….

ଅଦ୍ୟ ମାର୍ଚ୍ଚ ମାସ ୦୬ ତାରିଖ ୨୦୨୫ ମସିହା (ଗୁରୁବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଫାଲଗୁନ ମାସ- ଶୁକ୍ଳପକ୍ଷ
ତିଥି- ସପ୍ତମୀ ଦିବା ଘ୧୧/୦୧ ଗତେ ଅଷ୍ଟମୀ
ନକ୍ଷତ୍ର- ରୋହିଣୀ ରାତ୍ରି ଘ୧୨/୫୪ ଗତେ ମୃଗଶିରା
ଚନ୍ଦ୍ର – ବୃଷ
ଯୋଗ- ବିସ୍କୁମ୍ଭ
କରଣ – ବାଣିଜ୍ୟ
ସୌରମାସ- କୁମ୍ଭ ୨୩ ଦିନ ✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୦୭/୪୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/୫୮
*✧═════•❁❀
ଯୋଗିନୀ ବୟବ୍ୟେ ଦିବା ଘ୧୧/୦୧ ଗତେ ଐଶାନ୍ୟେ
ବିଛା ରାଶିର ଘାତଚନ୍ଦ୍ର
ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ତୁଳା ଓ କୁମ୍ଭ ରାଶି ର ଘାତବାର
ଅଦ୍ୟ ମୃତେ ଦିବା ଘ ୧୧/୦୧ ମଧ୍ୟେ ଏକପାଦ ପୁଷ୍କର ଦୋଷ
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୨/୫୬ ଗତେ ଘ୦୫/୦୬ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ରାତ୍ରି ଘ୦୧/୦୪ ଗତେ ଘ୦୩/୨୯ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୪୨ ମଧ୍ୟେ ଓ ଦିବା ଘ୧୦/୫୩ ଗତେ ଘ୦୧/୧୮ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ତାଳ ଦିବା ଘ ୧୧/୦୧ ଗତେ ନଡ଼ିଆ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।*
✧═════•❁❀❁•═════
ବୃଷ
: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।*
✧═════•❁❀❁•═════
ମିଥୁନ
: ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।*
✧═════•❁❀❁•═════
କର୍କଟ
: ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।*
✧═════•❁❀❁•═════
ସିଂହ
କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।*
✧═════•❁❀❁•═════
କନ୍ୟା
: ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।*
✧═════•❁❀❁•═════
ତୁଳା
: କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।*
✧═════•❁❀❁•═════
ବିଛା
: ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।*
✧═════•❁❀❁•═════
ଧନୁ
: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।*
✧═════•❁❀❁•═════
ମକର
: ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।*
✧═════•❁❀❁•═════
କୁମ୍ଭ
: କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।*
✧═════•❁❀❁•═════
ମୀନ
: ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking