26.1 C
Bhubaneswar
Sunday, December 7, 2025
Homeଓଡିଶାରାଜ୍ୟ ସରକାର ଯାହା କଲେ ହୀନ ମାନ୍ୟତାର ପରିଚୟ

ରାଜ୍ୟ ସରକାର ଯାହା କଲେ ହୀନ ମାନ୍ୟତାର ପରିଚୟ

ଭୁବନେଶ୍ୱର : ରାଜ୍ୟରେ ନୂତନ ସରକାର ଗତ ବର୍ଷ ଜୁନ ମାସରେ ଆସିଲା ପରେ ସଙ୍ଗେ ସଙ୍ଗେ ଚଳିତ ବର୍ଷର ସରକାରୀ କ୍ୟାଲେଣ୍ଡର ଓ ସରକାରୀ ଡାଏରୀକୁ ପରିବର୍ତ୍ତନ କରି ନୂଆ କ୍ୟାଲେଣ୍ଡର ଓ ଡାଏରୀ ବାଣ୍ଟିଥିଲେ । ଚଳିତ ବର୍ଷ ୨୦୨୫ ମସିହାରେ କେଉଁ ଦିନ ଗୁଡିକ ଛୁଟି ରହିବ ତାହା ସେଠାରେ ଉଲ୍ଲେଖ କରାଯାଇଥିଲା । ସେଥିରେ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସକୁ ଛୁଟିଦିନ ଭାବେ ନିର୍ଦ୍ଧାରଣ କରିଥିଲେ । ଯାହା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମବାର୍ଷୀକି ସହ ସମାନ ।

ହେଲେ ଏବେ ପ୍ରଶ୍ନ ଉଠୁଛି  ୨ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କ କଣ ହେଲା ଯେ ମାର୍ଚ୍ଚ ୫ ତାରିଖକୁ ଛୁଟି ଦିନ ବାତିଲ କରି ଏହାକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ନକରିବାକୁ ନିଷ୍ପତ୍ତି ନେଲେ । ୨୦୨୦ ମସିହାରେ ତତ୍କାଳୀନ କେନ୍ଦ୍ର ସରକାର ପଞ୍ଚାୟତିରାଜ ଦିବସ ପାଳନ ଆରମ୍ଭ କରିବାର ବହୁ ବର୍ଷ ପୂର୍ବରୁ ରାଜ୍ୟରେ ରାଜ୍ୟ ସରକାର ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରି ଆସୁଥିଲେ । ହେଲେ ଏହାର କୌଣସି ଅସଙ୍ଗତି ନଥିଲା । ଏହା ଛଡା ସାମ୍ବିଧାନିକ ଏବଂ ଆଇନଗତ କୈଣସି ଅସୁବିଧା ନଥିଲା । ରାଜ୍ୟ ସରକାର ବର୍ତ୍ତମାନ ଯାହା କଲେ ତାହା ତାଙ୍କର ହୀନ ମାନ୍ୟତାର ପରିଚୟ ଓ ଏହା ଓଡିଆ ଅସ୍ମିତାର ପରିପନ୍ଥୀ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଥିଲେ ଓଡିଆ ଅସ୍ମିତାର ପ୍ରତୀକ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking