24.1 C
Bhubaneswar
Tuesday, February 10, 2026
Homeଓଡିଶାଜଘନ୍ଯ ହତ୍ୟାକାଣ୍ଡ: ବାପାମା ଓ ଭଉଣୀକୁ ମାରିଲା ସାନ ପୁଅ

ଜଘନ୍ଯ ହତ୍ୟାକାଣ୍ଡ: ବାପାମା ଓ ଭଉଣୀକୁ ମାରିଲା ସାନ ପୁଅ

ଜଗତସିଂହପୁର: ଜଗତସିଂହପୁର ସହରରେ ଜଘନ୍ଯ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ତିନି ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଘଟଣା ଘଟିଛି ଜଗତସିଂହପୁର ସହର ଜୟବଡ଼ ଅଞ୍ଚଳରେ। ମୃତକମାନେ ହେଲେ କାଳିଆ ଓରଫ୍ ପ୍ରଶାନ୍ତ ସେଠୀ,  ତାଙ୍କ ପତ୍ନୀ କନକଲତା ସେଠୀ ଓ ଝିଅ ରୋଜାଲିନ। ସାନପୁଅ ସୂର୍ଯ୍ୟକାନ୍ତ ସେଠୀ ଏହି ଜଘନ୍ଯ କାଣ୍ଡ ଘଟାଇଛି । ରାତି ପ୍ରାୟ ୨ଟାରୁ ସାଢେ ୨ଟା ଭିତରେ ଏହି ଘଟଣା ଘଟିଛି। ଭିତରେ ପଥର ଓ ବାହାରେ ହେମ ଦସ୍ତା ପୁଆ ପଡ଼ିଥିବାରୁ ସେଥିରେ ମୁଣ୍ଡକୁ ଛେଚି ହତ୍ୟା କରା ଯାଇଥିବା ଜଣାପଡ଼ିଛି। ତିନିଟି ମୃତଶରୀର ରକ୍ତ ଜୁଡୁବୁଡୁ ହୋଇଥିବା ବେଳେ ମୁଣ୍ଡ ନଷ୍ଟ ହୋଇଯାଇଛି। ଖବର ପାଇ ଏସପି ଭବାନୀ ଶଙ୍କର ଉଦଗାତା, ଜଗତସିଂହପୁର ଥାନା ଆଇଆଇସି ପ୍ରଭାସ ସାହୁ ପୁଲିସ ଟିମ୍ ସହ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ କରିଛନ୍ତ । ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସେଠୀକୁ ଜଗତସିଂହପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରୁ ଗିରଫ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking