16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶମନ୍ତ୍ରିପଦରୁ ଇସ୍ତଫା ଦେଲେ ଧନଞ୍ଜୟ  

ମନ୍ତ୍ରିପଦରୁ ଇସ୍ତଫା ଦେଲେ ଧନଞ୍ଜୟ  

ମହାରାଷ୍ଟ୍ର : ମନ୍ତ୍ରିପଦରୁ ଧନଞ୍ଜୟ ମୁଣ୍ଡେ ଇସ୍ତଫା ଦେଇଛନ୍ତି । ଡିସେମ୍ବର ମାସରେ ବୀଡ ଜିଲ୍ଲାର ସରପଞ୍ଚଙ୍କ ହତ୍ୟା ଘଟଣାରେ ଧନଞ୍ଜୟ ମୁଣ୍ଡେଙ୍କ ଜଣେ ଘନିଷ୍ଠ ସହଯୋଗୀ ଗିରଫ ହେବା ପରେ ମହାରାଷ୍ଟ୍ର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ଇସ୍ତଫା ଦେଇଛନ୍ତି । ମସାଜୋଗ ଗ୍ରାମର ସରପଞ୍ଚ ସନ୍ତୋଷ ଦେଶମୁଖଙ୍କ ହତ୍ୟା ଘଟଣାରେ ମୁଣ୍ଡେଙ୍କ ସହଯୋଗୀ ୱାଲମିକ କରାଡଙ୍କୁ ଗିରଫ କରାଯିବା ପରେ ଖାଦ୍ୟ ଏବଂ ନାଗରିକ ଯୋଗାଣ ବିଭାଗ ସମ୍ଭାଳିଥିବା ଧନଞ୍ଜୟ ମୁଣ୍ଡେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସଙ୍କ ନିର୍ଦ୍ଦେଶରେ ଇସ୍ତଫା ଦେଇଛନ୍ତି । ଶ୍ରୀ ଫଡନାବୀସ ଗଣମାଧ୍ୟମକୁ କହିଛନ୍ତି, ମୁଣ୍ଡେଙ୍କ ଇସ୍ତଫାପତ୍ର ଗ୍ରହଣ କରି ଏହାକୁ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କ ନିକଟକୁ ପଠାଇ ଦେଇଛିସୂଚନା ଅନୁସାରେ , ଦେବେନ୍ଦ୍ର ଫଡନାବୀସ ଏହି ଇସ୍ତଫା ଚିଠି ଗ୍ରହଣ କରି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଆଲୋଚନା କରିବା ପରେ ସରପଞ୍ଚଙ୍କ ହତ୍ୟା ମାମଲାରେ ଏକ ଚାର୍ଜସିଟର ରାଜନୈତିକ ଫଳାଫଳ ସାମ୍ନାକୁ ଆସିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking