22.1 C
Bhubaneswar
Saturday, February 14, 2026
Homeଅପରାଧସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ

ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ

ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ଜଣେ ମହିଳା ସ୍ୱାମୀଙ୍କୁ ହତ୍ୟା କରି ନିଜ ମଥାରୁ ସିନ୍ଦୁର ପୋଛି ଦେଇଛି। ସିରିଡ ଗ୍ରାମପଞ୍ଚାୟତ କୁଇଲେରଯୋର ଗ୍ରାମରେ ପତ୍ନୀ ଦ୍ୱାରା ସ୍ୱାମୀ ହତ୍ୟା ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ହେଲେ ଗଜେନ୍ଦ୍ର କିସାନ (୪୦)। ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ କୁଇଲେଯୋର ଗ୍ରାମର ଗଜେନ୍ଦ୍ର କିସାନ ନିକଟସ୍ଥ ଗୁଦରାପଡ଼ା ଗ୍ରାମର ଯୋଶୋଦା କିସାନଙ୍କୁ ବିବାହ କରିଥିଲେ। ଗଜେନ୍ଦ୍ର ବାହା ହେଲା ପରେ ତାମିଲନାଡୁ ଅଞ୍ଚଳରେ ଯାଇ ଦାଦନ ଖଟୁଥିଲେ। ଗଜେନ୍ଦ୍ର ଓ ଯଶୋଦାଙ୍କ ଏକମାତ୍ର ଝିଅ ସମ୍ବଲପୁର ଠାରେ ହଷ୍ଟେଲରେ ରହି ପାଠପଢ଼ୁଛି। ଗତ ୧ ତାରିଖ ଦିନ ଗଜେନ୍ଦ୍ର କିସାନ ତାମିଲନାଡୁରୁ ଘରକୁ ଆସିଥିଲେ। ସେ ବିଭିନ୍ନ ସମୟରେ ଘରକୁ ଆସିଲେ ମଦପିଇ ପତ୍ନୀଙ୍କୁ ମାଡପିଟ ଗାଳିଗୁଲଜ କରୁଥିଲେ ବୋଲି ସ୍ଥାନୀୟ ଲୋକେ ଚର୍ଚ୍ଚା କରନ୍ତି। ଗଜେନ୍ଦ୍ର ଗତ ୨ ତାରିଖ ଦିନ ପତ୍ନୀ ସହିତ ଗଣ୍ଡଗୋଳ ହୋଇ ମାଡପିଟ କରିଥିଲେ। ମାଡ଼ପିଟ ପରେ ପତ୍ନୀ ଘରୁ ଚାଲିଯାଇଥିଲେ। ଅନ୍ୟପଟରେ ଗଜେନ୍ଦ୍ର ଗତକାଲି ଘରପାଖ ଗାଁରେ ଏକ ବାହାଘରେ ଭୋଜି ଖାଇ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚି ଥିଲେ ଏବଂ ରାତିରେ ଶୋଇପଡ଼ିଥିଲେ। ମଧ୍ୟ ରାତ୍ରୀରେ ପତ୍ନୀ ଘରକୁ ଆସି ଏକ ଟାଙ୍ଗିଆରେ ସ୍ୱାମୀ ଗଜେନ୍ଦ୍ରଙ୍କୁ ହାଣି ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking