22.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଅସହ୍ୟହେଲା ସ୍ତ୍ରୀ ନିର୍ଯାତନା; ଜୀବନ ହାରିଲେ ସ୍ୱାମୀ

ଅସହ୍ୟହେଲା ସ୍ତ୍ରୀ ନିର୍ଯାତନା; ଜୀବନ ହାରିଲେ ସ୍ୱାମୀ

ଆଗ୍ରା: ଅସହ୍ୟ ହେଲା ସ୍ତ୍ରୀ ନିର୍ଯ୍ୟାତନା। ଯନ୍ତ୍ରଣା ସହି ନ ପାରି ଜୀବନ ହାରିଲେ ସ୍ୱାମୀ । ବେଙ୍ଗାଲୁରୁର ବହୁଚର୍ଚ୍ଚିତ ଅତୁଲ ସୁଭାଷ ଆତ୍ମହତ୍ୟା ଘଟଣା ପରେ ଏବେ ଉତ୍ତରପ୍ରଦେଶ ଆଗ୍ରାରୁ ଆସିଛି ପୁଣି ଏଭଳି ଏକ ଘଟଣା। ଜଣେ ଓଞ କମ୍ପାନୀ ମ୍ୟାନେଜର ସ୍ତ୍ରୀଙ୍କ ନିଯ୍ର‌୍ୟାତନାରେ ଅତିଷ୍ଟ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ମୃତକ ହେଲେ ମାନବ ଶର୍ମା। ସେ ବେକରେ ଫାଶୀ ଲଗାଇ ଲାଇଭ ଭିଡିଓ କରିଛନ୍ତି। ଯାହାକି ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଭିଡିଓରେ ମାନବ ଆତ୍ମହତ୍ୟା ପାଇଁ ନିଜ ସ୍ତ୍ରୀଙ୍କୁ ଦାୟୀ କରିଛନ୍ତି । ମାନବ ଆଗ୍ରା ଜିଲାର ଡିଫେନ୍ସ କଲୋନୀରେ ରହୁଥିଲେ। ସେ ଏକ ବଡ଼ ଆଇଟି କମ୍ପାନୀରେ ରିକ୍ରୁଟମେଣ୍ଟ ମ୍ୟାନେଜର ଭାବେ କାଯ୍ର‌୍ୟ୍ୟରତ ଥିଲେ।

ଗତ ୨୪ରେ ମାନବ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପୂର୍ବରୁ ସେ କାନ୍ଦି କାନ୍ଦି ଲାଇଭ ଭିଡିଓ କରିଛନ୍ତି। ଏଥିରେ ମାନବ କହିଛନ୍ତି। ପୂର୍ବରୁ ମଧ୍ୟ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ହେଲେ ବର୍ତ୍ତମାନ ସ୍ତ୍ରୀଙ୍କ ନିଯ୍ର‌୍ୟାତନାରେ ଅତିଷ୍ଠ ହୋଇଗଲିଣି। ତାଙ୍କ ପାଖରେ ମରିବା ଛଡା ଆଉ କିଛି ବାଟ ନାହିଁ। ସେ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ପ୍ରଶ୍ନ କରିବା ସହ ପୁରୁଷଙ୍କ ସୁରକ୍ଷା ପାଇଁ ଆଇନ ଆଣିବାକୁ ନିବେଦନ କରିଛନ୍ତି। ଲୁହାଭରା ଆଖିଲେ ସେ ନିବେଦନ କରି କହିଛନ୍ତି ଯେ, ଦୟାକରି କେହି ପୁରୁଷଙ୍କ ପାଇଁ ସ୍ୱର ଉତ୍ତୋଳନ କରନ୍ତୁ। ସେମାନେ ଖୁବ ଏକୁଟିଆ ହୋଇଯାଆନ୍ତି। ପରେ ମା’ବାପାଙ୍କୁ ସରି କହି ବେକରେ ଦଉଡି ଦେଇ ଓହଲି ପଡିଛନ୍ତି ମାନବ। ଏନେଇ ମାନବଙ୍କ ବାପା ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking